ମୁମ୍ବାଇ: ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଦେଶ । ଏହାସହ ନିଜ ନିଜ ପ୍ରଚାରରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ । ଏହି କ୍ରମରେ କଂଗ୍ରେସର ଦକ୍ଷିଣ ମୁମ୍ବାଇ ଲୋକସଭା ପ୍ରାର୍ଥୀ ମିଲିନ୍ଦ ଦେୱଡାଙ୍କ ପାଇଁ ପ୍ରଚାର କରୁଛନ୍ତି ଦେଶର ମାନ୍ୟଗନ୍ୟ ବ୍ୟକ୍ତି । ଏହି ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ରିଲାଏନ୍ସ କମ୍ପାନୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ । ସେ ମିଲିନ୍ଦ ଦେୱଡାଙ୍କ ପାଇଁ ଭୋଟ ମାଗୁଥିବାର ଦେଖାଯାଉଛି ।
ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁକେଶ ଅମ୍ବାନୀଙ୍କ ଭାଇ ଅନୀଲ ଅମ୍ବାନୀଙ୍କୁ ରାଫେଲ ଦୁର୍ନୀତିକୁ ନେଇ କ୍ରମାଗତ ଟାର୍ଗେଟ କରୁଛନ୍ତି । ଅନ୍ୟପକ୍ଷେ ଅନୀଲଙ୍କ ବଡ ଭାଇ ମୁକେଶ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।