ଓଡିଶା

odisha

ETV Bharat / bharat

ଜେଏନୟୁରେ ଲାଗିଲା ‘ଜିନ୍ନା ମାର୍ଗ’ ପୋଷ୍ଟର

ଜେଏନୟୁ କ୍ୟାମ୍ପସରେ ଏକ ସଡକର ନାମ ବି.ଡି ସାଭରକରଙ୍କ ନାମରେ ନାମକରଣର ଦୁଇ ଦିନ ପରେ ମଙ୍ଗଳବାର ସକାଳେ ଏକ ସାଇନ୍ ବୋର୍ଡରେ 'ମହମ୍ମଦ ଅଲି ଜିନ୍ନା ରୋଡ୍' ନାମକ ଏକ ପୋଷ୍ଟର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 17, 2020, 5:30 PM IST

ନୂଆଦିଲ୍ଲୀ: ପୁଣି ଏକ ନୂଆ ବିବାଦକୁ ନେଇ ଚର୍ଚ୍ଚାରେ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) । କ୍ୟାମ୍ପସରେ ଏକ ସଡକର ନାମ ବି.ଡି ସାଭରକରଙ୍କ ନାମରେ ନାମକରଣର ଦୁଇ ଦିନ ପରେ ମଙ୍ଗଳବାର ସକାଳେ ଏକ ସାଇନ୍ ବୋର୍ଡରେ 'ମହମ୍ମଦ ଅଲି ଜିନ୍ନା ରୋଡ୍' ନାମକ ଏକ ପୋଷ୍ଟର ଦେଖିବାକୁ ମିଳିଥିଲା । ଏହାକୁ ନେଇ ଏବେ ଛାତ୍ର ସଂଗଠନ ମଧ୍ୟରେ ନୂଆ ବିବାଦ ମୁଣ୍ଡ ଟେକିଛି ।

ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଗଠନ (ଆରଏସଏସ)ର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) ବାମପନ୍ଥୀ ଜେଏନୟୁ ଛାତ୍ର ସଂଗଠନ (ଜେଏନଏସୟୁ) ଦ୍ବାରା ଏହି ପୋଷ୍ଟର ଲଗାଯାଇଥିବା ଅଭିଯୋଗ କରିଛି । ଏବିଭିପିର ଜେଏନୟୁ ଛାତ୍ରନେତା ଏକ ବିବୃତ୍ତିରେ କୁହାଯାଇଛି, "ବାମପନ୍ଥୀ ନେତୃତ୍ବାଧୀନ ଜେଏନଏସୟୁ ର ଅସହିଷ୍ଣୁତାର ସକ୍ରିୟତା ଜେଏନୟୁରେ ଜାରି ରହିଛି ।

'ଜିନ୍ନା' ପୋଷ୍ଟର ଲଗାଇବା ପାଇଁ କୌଣସି ସଂସ୍ଥା ନିଜକୁ ଦାୟୀ କରିନାହାଁନ୍ତି । କଂଗ୍ରେସର ଛାତ୍ର ସଂଗଠନ ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ (ଏନଏସୟୁଇ) ମଙ୍ଗଳବାର ସକାଳେ ଦାବି କରିଛି ଯେ ଏହା ସାବରକର ରୋଡର ନାମକୁ BR.ଆମ୍ବେଦକର ରୋଡ ଲେଖିଥିଲା ।

ଏନଏସୟୁଆଇ ଟ୍ବିଟରେ ଏହା ସ୍ପଷ୍ଟ କରିଛି ଯେ, ଭାରତର ସ୍ବାଧୀନତା ପାଇଁ ସାବରକରଙ୍କର କୌଣସି ଅବଦାନ ନଥିଲା, ସେ ବ୍ରିଟିଶ ସରକାରଙ୍କ ଏଜେଣ୍ଟ ଥିଲେ । ଏଥିରେ କୁହାଯାଇଛି ଯେ ଏନଏସୟୁଆଇ ଏହାର ନାମକୁ BR ଆମ୍ବେଦକର ମାର୍ଗରେ ପରିବର୍ତ୍ତନ କରିଛି, କାରଣ ବାବା ସାହେବ ଭାରତକୁ ସମ୍ବିଧାନ ପ୍ରଦାନ କରିଥିଲେ ।

ରବିବାର ରାତିରେ ଜେଏନୟୁ କ୍ୟାମ୍ପସରେ ସୁବାନସିର ହଷ୍ଟେଲ ନିକଟରେ ଥିବା ଏକ ରାସ୍ତାର ନାମ ଭି.ଡି. ସାଭରକର ମାର୍ଗ କରିଦିଆଯାଇଥିଲା ।

@IANS ଇନପୁଟ

ABOUT THE AUTHOR

...view details