ନୂଆଦିଲ୍ଲୀ: ମୋଗଲ ଗାର୍ଡେନରେ ଟ୍ୟୁଲିପ, ଗୋଲାପ ଓ ଅନ୍ୟ କିସମର ଫୁଲକୁ ଦେଖିବା ଅପେକ୍ଷାରେ ଥାନ୍ତି ସମସ୍ତେ। ଫୁଲପ୍ରେମୀଙ୍କୁ ମୋଗଲ ଗାର୍ଡେନ ବୁଲିବାକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । କାରଣ ଫେବୃଆରୀ 5 ତାରିଖରେ ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ଯାଉଛି ମୋଗଲ ଗାର୍ଡେନ। । ଏହା ପୂର୍ବରୁ ଫେବୃଆରୀ 4ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବାର୍ଷିକ ଉଦ୍ୟାନୋତ୍ସବର ଉଦଘାଟନ କରିବେ ।
ଯେଉଁଥିପାଇଁ ସିଧା ସଳଖ ପ୍ରବେଶ କରିବା ସହ ଅନଲାଇନ ଆଡଭାନ୍ସ ବୁକିଙ୍ଗର ନିଃଶୁଳ୍କ ବ୍ୟବସ୍ଥା କରାଯାଇଛି। ପ୍ରେଜେଣ୍ଟ ଇଷ୍ଟେଟ 35 ନମ୍ବର ଗେଟରେ ମୋଗଲ ଗାର୍ଡେନ ଭିତରେ ପ୍ରବେଶ କରିବେ। ଚଳିତବର୍ଷ ଗାର୍ଡେନରେ ପ୍ରାୟ 10 ହଜାର ଟ୍ୟୁଲିପ ଫୁଲ, 138 ପ୍ରକାରର ଗୋଲାପ ଓ 70 ହଜାରର ବିଭିନ୍ନ କିସମର ଫୁଲ ଲୋକଙ୍କୁ ଆକର୍ଷିତ କରିବ।