ଓଡିଶା

odisha

ETV Bharat / bharat

ପ୍ରତିରକ୍ଷାମନ୍ତ୍ରୀଙ୍କ ପ୍ରତିଶୃତି, ଆଗକୁ ଆହୁରି ବୃଦ୍ଧି ହେବ MSP - ଏମଏସପି

କେବଳ ଏମଏସପି ଜାରି ରହିବ ତାହା ନୁହେଁ, ଆଗାମୀ ଦିନରେ ଏହାର ଆହୁରି ବୃଦ୍ଧି କରାଯିବ ସୂଚନା ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ...

ପ୍ରତିରକ୍ଷାମନ୍ତ୍ରୀଙ୍କ ପ୍ରତିଶୃତି, ଆଗକୁ ଆହୁରି ବୃଦ୍ଧି ହେବ MSP
ପ୍ରତିରକ୍ଷାମନ୍ତ୍ରୀଙ୍କ ପ୍ରତିଶୃତି, ଆଗକୁ ଆହୁରି ବୃଦ୍ଧି ହେବ MSP

By

Published : Oct 1, 2020, 8:29 PM IST

ନୂଆଦିଲ୍ଲୀ: ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ତଥା ଏମଏସପିକୁ ନେଇ ଚାଷୀଙ୍କ ମନରେ ବିରୋଧି ଭ୍ରମ ସୃଷ୍ଟି କରୁଥିବା ବେଳେ ଏହା ଉପରେ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । କେବଳ ଏମଏସପି ଜାରି ରହିବ ତାହା ନୁହେଁ, ଆଗାମୀ ଦିନରେ ଏହାର ଆହୁରି ବୃଦ୍ଧି କରାଯିବ ସୂଚନା ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

ପ୍ରତିରକ୍ଷାମନ୍ତ୍ରୀ ଚାଷୀଙ୍କ ପ୍ରତିଶୃତି ଦେଇ କହିଛନ୍ତି, ଚାଷୀଙ୍କ ଜମି ଉପରେ ଅନ୍ୟକେହି ମାଲିକାନା ଅଧିକାର ଜାହିର କରିପାରିବେ ନାହିଁ । ତେବେ ନୂତନ କୃଷି ଆଇନ ଚାଷୀଙ୍କ ପାଇଁ ରକ୍ଷାକବଚ ବୋଲି ରାଜନାଥ କହିଛନ୍ତି ।

ସଂସଦର ମୌସୁମୀ ଅଧିବେଶନରେ କୃଷି ସମ୍ବନ୍ଧୀୟ ତିନୋଟି ପ୍ରମୁଖ ବିଲ ପାରିତ ହେବା ପରେ ଲାଗୁ ହୋଇଥିବା ନୂତନ ଅନୁଯାୟୀ କୃଷକମାନଙ୍କୁ କର୍ପୋରେଟରଙ୍କ ଦୟାରେ ଛାଡି ଦିଆଯିବ ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି । କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡିକୁ ଟାର୍ଗେଟ କରି ରାଜନାଥ କହିଛନ୍ତି, ବିରୋଧି ସଂସଦରେ ପାରିତ ହୋଇଥିବା କୃଷି ବିଲ ବିଷୟରେ ଭୁଲ ବୁଝାମଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ।

କୃଷି ଆଇନ ପ୍ରତିବାଦରେ ଏକ ଟ୍ରାକ୍ଟର ପୋଡ଼ି ଯାଇଥିଲା | ଜଣେ ସୈନିକ ଯେପରି ତା'ର ଅସ୍ତ୍ରକୁ ସମ୍ମାନ କରେ, ସେହିଭଳି ଜଣେ ଚାଷୀ ନିଜ ଟ୍ରାକ୍ଟର ଏବଂ କୃଷି ଉପକରଣକୁ ସମ୍ମାନ କରେ | କୌଣସି ଚାଷୀ ଟ୍ରାକ୍ଟର ଜାଳିବାକୁ ଦେବେ ନାହିଁ। ନିଜ ରାଜନୈତିକ ଫାଇଦା ପାଇଁ ଏକ ରାଜନୈତିକ ଦଳ ଏହା କରିଛନ୍ତି ରାଜନାଥ କହିଛନ୍ତି ।

ABOUT THE AUTHOR

...view details