ଓଡିଶା

odisha

ETV Bharat / bharat

ଆତ୍ମନିର୍ଭର ପ୍ୟାକେଜ: ECLGS ଅଧିନରେ 1 ଲକ୍ଷ କୋଟି ଋଣ ମଞ୍ଜୁର - ECLGS ଅଧିନରେ 1 ଲକ୍ଷ କୋଟି ଋଣ ମଞ୍ଜୁର

କେନ୍ଦ୍ର ସରକାରଙ୍କ ରିଲିଫ୍ ପ୍ୟାକେଜ୍ ଅନ୍ତର୍ଗତ ଘୋଷଣା କରାଯାଇଥିବା ଏମଏସଏମଇକୁ 3 ଲକ୍ଷ କୋଟି ଟଙ୍କା ଋଣ ଯୋଜନା ସଫଳ ହେଉଥିବା ଦେଖିବାକୁ ମିଳିଛି । ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, 37 ଦିନ ମଧ୍ୟରେ ଏପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ 1 ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଛି ।

ଆତ୍ମନିର୍ଭର ପ୍ୟାକେଜ
ଆତ୍ମନିର୍ଭର ପ୍ୟାକେଜ

By

Published : Jul 1, 2020, 5:40 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ରିଲିଫ୍ ପ୍ୟାକେଜ୍ ଅନ୍ତର୍ଗତ ଘୋଷଣା କରାଯାଇଥିବା ଏମଏସଏମଇକୁ 3 ଲକ୍ଷ କୋଟି ଟଙ୍କା ଋଣ ଯୋଜନା ସଫଳ ହେଉଥିବା ଦେଖିବାକୁ ମିଳିଛି । ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, 37 ଦିନ ମଧ୍ୟରେ ଏପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ 1 ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଛି । ଅର୍ଥାତ୍ ପ୍ରାୟ ଏକ ତୃତୀୟାଂଶ ଲକ୍ଷ୍ୟ ପୂରଣ ହୋଇଛି।

ଆତ୍ମନିର୍ଭର ପ୍ୟାକେଜ

ଏଥିମଧ୍ୟରୁ 45 ହଜାର କୋଟି ଟଙ୍କା ମୂଲ୍ୟର ଋଣ ପ୍ରଦାନ କରାଯାଇଛି। କୋରୋନା ସଙ୍କଟ ଦ୍ବାରା ପ୍ରଭାବିତ ଏମଏସଏମଇକୁ ରିଲିଫ ଦେବା ପାଇଁ 20 ଲକ୍ଷ କୋଟି ଟଙ୍କା ପ୍ୟାକେଜ ଅଧୀନରେ ଏହାକୁ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଆତ୍ମନିର୍ଭରଶୀଳ ପ୍ୟାକେଜର ଏକ ଅଂଶ ଭାବରେ ସରକାର ଏମଏସଏମଇ ଓ କ୍ଷୁଦ୍ର ବ୍ୟବସାୟକୁ 3 ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ପ୍ରଦାନ କରିବା ଯୋଜନା ଘୋଷଣା କରିଥିଲେ। ସରକାରଙ୍କ 100 ପ୍ରତିଶତ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ (ECLGS) ଅଧୀନରେ ପବ୍ଲିକ ଓ ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ଗୁଡିକ ପାଇଁ 26 ଜୁନ୍ 2020 ସୁଦ୍ଧା 1 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଅନୁମୋଦନ କରାଯାଇଛି ।

ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହି ଯୋଜନା ପ୍ରାୟ 30 ଲକ୍ଷରୁ ଅଧିକ ଏମଏସଏମଇ ୟୁନିଟ୍ ଓ ଅନ୍ୟାନ୍ୟ ଉଦ୍ୟୋଗକୁ ଲକଡାଉନ୍ ପରେ ପୁନଃ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିବ। ECLGS ଅଧୀନରେ ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡିକ 57,525.47 କୋଟି ଟଙ୍କା ଋଣ ଅନୁମୋଦନ କରିଥିବାବେଳେ ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ଗୁଡିକ ଏହି ଅଧିନରେ 44,335.52 କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଅଗ୍ରଣୀ ଋଣଦାତାମାନଙ୍କ ମଧ୍ୟରେ ଏସବିଆଇ, ବ୍ୟାଙ୍କ ଅଫ୍ ବରୋଦା, ପିଏନବି, କାନାଡା ବ୍ୟାଙ୍କ ଓ ଏଚଡିଏଫସି ଅନ୍ତର୍ଭୁକ୍ତ ।

ABOUT THE AUTHOR

...view details