ଓଡିଶା

odisha

ETV Bharat / bharat

ଇଟାଲୀରେ ଭାରତୀୟ ଛାତ୍ରଙ୍କୁ ଏସିଡ ମାଡ

ଗତ ବୁଧବାର ଭାରତୀୟ ଛାତ୍ର ହର୍ଷିତ ଅଗ୍ରୱାଲଙ୍କୁ ଇଟାଲୀରେ ଏସିଡ ମାଡ ହୋଇଛି । ସେ ଇଟାଲୀରୁ ଭାରତ ଫେରିବା ପାଇଁ ଷ୍ଟେସନରେ ଅପେକ୍ଷା କରିଥିବାବେଳେ କିଛି ର୍ଦୁବୃତ୍ତ ତାଙ୍କୁ ଏସିଡ ମାଡ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Jun 27, 2019, 4:19 PM IST

ଭୋପାଳ: ମଧ୍ୟପ୍ରଦେଶର ଛାତ୍ରଙ୍କୁ ଇଟାଲୀରେ ଏସିଡ ମାଡ ହୋଇଥିବା ଅଭିଯୋଗ ହୋଇଛି । ଗୁରୁବାର ହର୍ଷିତ ଅଗ୍ରୱାଲ ଇଟାଲୀରୁ ଭାରତ ଫେରିବା ପାଇଁ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ କିଛି ର୍ଦୁବୃତ୍ତ ତାଙ୍କୁ ଏସିଡ ମାଡ କରିଛନ୍ତି । ତେବେ ଏହି ଘଟଣା ପରେ ଛାତ୍ର ଜଣଙ୍କ ବିଦେଶ ମନ୍ତ୍ରଳାୟର ସହାୟତା ଲୋଡିଛନ୍ତି ।

ସୂଚନା ମୂତାବକ, ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର ରାଣାପୁରାର ବାସିନ୍ଦା ହର୍ଷିତ ପୁନେର ଏମଆଇଟି କଲେଜର ସଫ୍ଟୱେୟାର ଇଞ୍ଜିନିୟରିଂ ଛାତ୍ର ଅଟନ୍ତି । ସେ ନିଜର ରିସର୍ଚ୍ଚ ପେପର ପଢିବା ପାଇଁ ୟୁରୋପ ଯାଇଥିଲେ । ଇଟାଲୀର ରୋମରେ ତାଙ୍କର ପେପର ପ୍ରେଜେଣ୍ଟେସନ୍ ଥିଲା । ସେ ପ୍ରେଜେଣ୍ଟେସନ୍ ସାରି ଭାରତ ଫେରୁଥିବା ସମୟରେ ରୋମ ଷ୍ଟେସନରେ କିଛି ର୍ଦୁବୃତ୍ତ ଆସି ତାଙ୍କ ଉପରେ ଏସିଡ୍ ଆକ୍ରମଣ କରିଥିଲେ ।

ଏହି ଘଟଣା ନେଇ ଛାତ୍ର ଜଣଙ୍କ ଥାନାରେ ମାମଲା ରୁଜୁ କରିଥିବା ବେଳେ ଭାରତୀୟ ଦୂତାବାସରେ ମଧ୍ୟ ଅଭିଯୋଗ କରିଛନ୍ତି । ଏଥିସହ ଛାତ୍ର ଜଣଙ୍କ ଏକ ଟ୍ବିଟ କରିଛନ୍ତି ଯେ,‘‘ ତାଙ୍କ ପାଖରେ ଇଟାଲୀ ସ୍ଥିତ ଭାରତୀୟ ଦୂତାବାସ ଯିବା ପାଇଁ ମଧ୍ୟ ପାଇସା ନଥିଲା ’’ । ଅନ୍ୟପଟେ ଏହି ଘଟଣା ପରେ ବିଦେଶ ମନ୍ତ୍ରାଳୟ ଇଟାଲୀ ସ୍ଥିତ ଭାରତୀୟ ଦୂତାବାସ ସହ ବାରମ୍ବାର ସମ୍ପର୍କ କରୁଛନ୍ତି । ତେବେ କିଏ କେଉଁ କାରଣ ପାଇଁ ଛାତ୍ରଙ୍କୁ ଏସିଡ୍ ଆକ୍ରମଣ କରିଥିଲା ତାହା ଅସ୍ପଷ୍ଟ ରହିଛି ।

ABOUT THE AUTHOR

...view details