ବେଙ୍ଗାଲୁର: ଆଜି ଭାଙ୍ଗିପାରେ କର୍ଣ୍ଣାଟକ ସରକାର । ବହୁମତ ପ୍ରମାଣ କରିବାରେ ବିଫଳ ହୋଇ ପାରନ୍ତି କୁମାରସ୍ବାମୀ । ପୁରା ଘଟଣା ଉପରେ ବିଜେପିର ନଜର ରହିଛି । କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଭାଙ୍ଗିଲେ ବିଜେପି ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିବ । ଠିକ୍ ଏଭଳି ସମୟରେ ୟେଦ୍ଦୁରପାଙ୍କୁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ କାମନା କରୁଛନ୍ତି ବିଜେପିର କର୍ଣ୍ଣାଟକ ବିଧାୟକ ସୋଭା କରନ୍ଦଲାଜେ ।
ୟେଦ୍ଦୁରପାଙ୍କ ପାଇଁ ହଜାରେ ଏକ ପାହାଚ ଚଢିଲେ ବିଜେପି ନେତ୍ରୀ - BS Yeddyurappa
ୟେଦ୍ଦୁରପାଙ୍କୁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ହଜାରେ ଏକ ପାହାଚ ଚଢୁଛନ୍ତି ବିଜେପିର କର୍ଣ୍ଣାଟକ ବିଧାୟକ ସୋଭା କରନ୍ଦଲାଜେ ।

ଫଟୋ ସୌଜନ୍ୟ: ଟ୍ବିଟର@ANI
ପ୍ରାର୍ଥନା କରିବାକୁ ସେ 1001 ପାହାଚ ଚଢି ଯାଉଛନ୍ତି ମହିସୁରସ୍ଥିତ ଚାମୁଣ୍ଡେଶ୍ବରୀ ମନ୍ଦିରକୁ ।