ଓଡିଶା

odisha

ETV Bharat / bharat

କୋରୋନା ମହାମାରୀ: ସେଲଫିରେ ଉପସ୍ଥାନ ପକାଉଛନ୍ତି ବିଦ୍ୟୁତ କର୍ମଚାରୀ - MP power discom workers

କୋରୋନା ମହାମାରୀ ପାଇଁ ଅନେକ ସଂସ୍ଥାରେ ଉପସ୍ଥାନ ବନ୍ଦ ରହିଛି । କାରଣ ଏବେ ଉପସ୍ଥାନ ବାୟୋମ୍ୟାଟ୍ରିକ ରହିଛି । ମଧ୍ୟପ୍ରଦେଶ ଭୋପାଳର ବିଦ୍ୟୁତ ଡିଷ୍ଟ୍ରିବ୍ଯୁସନ କମ୍ପାନୀରେ ଏହାର ବିକଳ୍ପ ବାହାର କରିଛନ୍ତି । ଏଠାରେ ସେଲଫି ଦ୍ବାରା ହେଉଛି ଉପସ୍ଥାନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

କୋରୋନା ମହାମାରୀ, ସେଲଫି ଉଠାଇ ଉପସ୍ଥାନ
କୋରୋନା ମହାମାରୀ, ସେଲଫି ଉଠାଇ ଉପସ୍ଥାନ

By

Published : Jun 17, 2020, 8:58 PM IST

ଭୋପାଲ: କୋରୋନା ମହାମାରୀ ପାଇଁ ଅନେକ ସଂସ୍ଥାରେ ଉପସ୍ଥାନ ବନ୍ଦ ରହିଛି । କାରଣ ଏବେ ଉପସ୍ଥାନ ବାୟୋମ୍ୟାଟ୍ରିକ ରହିଛି । ହେଲେ ଏହାର ବିକଳ୍ପ ଏବେ ବାହାର କରିଛନ୍ତି ମଧ୍ୟପ୍ରଦେଶ ଭୋପାଳର ବିଦ୍ୟୁତ ଡିଷ୍ଟ୍ରିବ୍ଯୁସନ କମ୍ପାନୀ । କର୍ମଚାରୀମାନେ ସେଲଫି ଉଠାଇ ତାଙ୍କର ଉପସ୍ଥାନ ପକାଉଥିବା ଜଣାପଡ଼ିଛି ।

ମଧ୍ୟପ୍ରଦେଶ କ୍ଷେତ୍ର ବିଦ୍ୟୁତ ବିତରଣ କମ୍ପାନୀ ଲିମିଟେଡର ସୂଚନା ଅନୁଯାୟୀ, କୋରୋନା ମହାମାରୀକୁ ନଜରରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

କର୍ମଚାରୀମାନେ ଅଫିସରେ ପ୍ରବେଶ କରିବା ବେଳେ କିମ୍ବା ବାହାରିବା ବେଳେ ନିଜ ନିଜର ସେଲଫି ଉଠାଇ ‘ପ୍ରୟାସ' ଆପ୍ସରେ ଅପଲୋଡ କରିବାକୁ ହେବ । ତେବେ ଯେଉଁମାନେ ଅଫିସ ବାହାରେ କାମ କରୁଥିବେ ସେମାନେ କର୍ମସ୍ଥଳୀରେ ରହି ସେଲଫି ଉଠାଇ ଏହି ଅଫିସିଆଲ ଆପ୍ସରେ ଫଟୋ ଅପଲୋଡ କରିପାରିବେ ।

ABOUT THE AUTHOR

...view details