ଓଡିଶା

odisha

By

Published : Mar 14, 2020, 11:24 PM IST

ETV Bharat / bharat

ମଧ୍ୟପ୍ରଦେଶ ମହାଡ୍ରାମା: 6 ବିଧାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ବାଚସ୍ପତି

ମଧ୍ୟପ୍ରଦେଶରେ ଇସ୍ତଫା ପ୍ରଦାନ କରିଥିବା 6 କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ରକୁ ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତି ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

MP politics, speaker accepted the resignation of6 congress mlas
ମଧ୍ୟପ୍ରଦେଶ ରାଜନୀତି: 6 ବିଧାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ବାଚସ୍ପତି

ଭୋପାଳ: ମଧ୍ୟପ୍ରଦେଶରେ ଇସ୍ତଫା ପ୍ରଦାନ କରିଥିବା 6 କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ରକୁ ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତି ଗ୍ରହଣ କରିଛନ୍ତି । ପୂର୍ବରୁ କ୍ୟାବିନେଟରୁ ବାହାର କରାଯିବା ପରେ ବିଧାୟକମାନେ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ଇସ୍ତଫା ଦେଇଥିବା ବିଧାୟକମାନେ ହେଲେ ଇମୂର୍ତ୍ତୀ ଦେବୀ, ତୁଲସୀ ସିଲାୱାତ, ପ୍ରଦୁମନ ସିଂ ତୋମାର, ମହେନ୍ଦ୍ର ସିଂ ସିସୋଦିଆ, ଗୋବିନ୍ଦ ସିଂ ରାଜପୁତ ଓ ପ୍ରଭୁରାମ ଚୌଧୁରୀ । ସେମାନେ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ କ୍ୟାମ୍ପରେ ରହିଥିବାରୁ କ୍ୟାବିନେଟରୁ ବହିଷ୍କାର କରାଯାଇଥିଲା ।

ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ଚିଠି ଲେଖିଛନ୍ତି । ବେଙ୍ଗାଲୁରୁରେ ରହିଥିବା 22 ଜଣ କଂଗ୍ରେସ ବିଧାୟକଙ୍କ ବିଧାୟକ ମାର୍ଚ୍ଚ 16 ରେ ହେବାକୁ ଥିବା ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନରେ ବିନା ବାଧାରେ ଯୋଗଦେଇ ପାରିବେ କି ନାହିଁ ତାହା ସ୍ପଷ୍ଟ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । @ANI

ABOUT THE AUTHOR

...view details