ଓଡିଶା

odisha

By

Published : Mar 16, 2020, 11:08 PM IST

ETV Bharat / bharat

ମଧ୍ୟପ୍ରଦେଶ ରାଜନୀତି: ରାଜ୍ୟପାଳଙ୍କୁ ଭେଟିଲେ କମଳ ନାଥ, ବାହାରକୁ ଗଲେନି ବିଜେପି ବିଧାୟକ

ମଧ୍ୟପ୍ରଦେଶ ରାଜନୀତି ଝଡ ଭିତରେ ବିଧାୟକଙ୍କୁ ସୁରକ୍ଷିତ କରି ରଖିବା ପାଇଁ ବିଜେପି-କଂଗ୍ରେସ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଏପରିସ୍ଥଳେ ବିଜେପି ନିଜ ବିଧାୟକଙ୍କୁ ଭୋପାଳରୁ ନୂଆଦିଲ୍ଲୀ ଯୋଜନାକୁ ବାତିଲ କରିଛନ୍ତି । ମଙ୍ଗଳବାର ଫ୍ଲୋର ଟେଷ୍ଟ ହେବା ନେଇ ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ବିଜେପି ଏହି ପଦକ୍ଷେପ ନେଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ଭୋପାଳ: ମଧ୍ୟପ୍ରଦେଶ ରାଜନୀତି ଝଡ ଭିତରେ ବିଧାୟକଙ୍କୁ ସୁରକ୍ଷିତ କରି ରଖିବା ପାଇଁ ବିଜେପି-କଂଗ୍ରେସ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଏପରିସ୍ଥଳେ ବିଜେପି ନିଜ ବିଧାୟକଙ୍କୁ ଭୋପାଳରୁ ନୂଆଦିଲ୍ଲୀ ଯୋଜନାକୁ ବାତିଲ କରିଛନ୍ତି । ମଙ୍ଗଳବାର ଫ୍ଲୋର ଟେଷ୍ଟ ହେବା ନେଇ ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ବିଜେପି ଏହି ପଦକ୍ଷେପ ନେଇଛି ।

ରାଜ୍ୟପାଳଙ୍କୁ ଭେଟିଲେ ସିଏମ କମଳ ନାଥ

ସୋମବାର ବିଜେପି ବିଧାୟକମାନେ ରାଜ ଭୋଜ ବିମାନବନ୍ଦରରୁ ଫେରି ଆସିଛନ୍ତି । ମାତ୍ର ସେମାନେ ବର୍ତ୍ତମାନ ହୋଟେଲ ଅମର ଗ୍ରୀନ୍ସରେ ରହିବେ ନାହିଁ |

ରାଜ୍ୟ ବାହାରକୁ ଗଲେନି ବିଜେପି ବିଧାୟକ

ଏହି ମାମଲାରେ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ବିଜୟ ଶାହା କହିଛନ୍ତି ଯେ, ରାଜ୍ୟପାଳ ମଙ୍ଗଳବାର ଫ୍ଲୋର ଟେଷ୍ଟ ପାଇଁ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ ଚିଠି ଲେଖିଛନ୍ତି । ତେଣୁ ସେମାନଙ୍କୁ ଦିଲ୍ଲୀକୁ ଫେରାଇ ଆଣିବା ଯୋଜନା ବାତିଲ କରାଯାଇଛି । ମାତ୍ର ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଅନୁସରଣ କରିବା ସମ୍ଭାବନା ବହୁତ କମ୍ ରହିଥିବା ସେ କହିଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ବିଜେପି ବିଧାୟକମାନେ ବର୍ତ୍ତମାନ ସେହୋର ଜିଲ୍ଲାର ଏକ ହୋଟେଲରେ ରହିବେ । ବିଜେପି ବିଧାୟକମାନେ ରବିବାର ଦିନ ମନସରରୁ ଭୋପାଳରେ ପହଞ୍ଚିଥିଲେ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ସେମାନେ ଯୋଗ ଦେଇଥିଲେ ।

ଅନ୍ୟପଟେ ସିଏମ କମଳ ନାଥ ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜ୍ୟରେ ବର୍ତ୍ତମାନ ରାଜନୈତିକ ସ୍ଥିତି ନେଇ ଆଲୋଚନା କରିଥିବା ସେ କହିଛନ୍ତି । ବଜେଟ ଅଧିବେଶନରେ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରଦାନ କରିଥିବା ସେ କହିଛନ୍ତି । ବିଜେପି ପ୍ରଥମେ ଅବିଶ୍ବାସ ପ୍ରସ୍ତାବ ଆଣିବା କଥା ସେ କହିଛନ୍ତି । ଏବେ ବର୍ତ୍ତମାନ କଂଗ୍ରେସ ପାଖରେ ବହୁମତ ରହିଛି ବୋଲି କହିଛନ୍ତି କମଳ ନାଥ । ଏଥିସହ ବିଜେପି 16 ବିଧାୟକଙ୍କୁ ବନ୍ଦୀ କରି ରଖିଥିବା କଥା କହିଛନ୍ତି କମଳ ନାଥ ।

ଏଠାରେ ସୂଚନା ଯୋଗ୍ୟ ଯେ, ସୋମବାର ମଧ୍ୟପ୍ରଦେଶ ବିଧାନସଭାରେ ଫ୍ଲେର ଟେଷ୍ଟ ହେବାକୁ ଥିଲା । ହେଲେ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ଅଭିଭାଷଣ ପରେ କୋରୋନା ଭାଇରସ ଯୋଗୁଁ ବାଚସ୍ପତି ବିଧାନସଭାକୁ ମାର୍ଚ୍ଚ ୨୬ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଫଳରେ କମଳନାଥଙ୍କୁ ସରକାର ବଞ୍ଚାଇବା ପାଇଁ ୧୦ ଦିନର ଆଶ୍ବସ୍ତି ମିଳିଛି ।

ଏହାପରେ ସୋମବାର ସଂଧ୍ୟାରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ ମଙ୍ଗଳବାର ଫ୍ଲୋର ଟେଷ୍ଟ କରିବା ପାଇଁ ଚିଠି ଲେଖିଛନ୍ତି ।

ABOUT THE AUTHOR

...view details