ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶ ମହାଡ୍ରାମା: କର୍ଣ୍ଣାଟକ ପରେ ମଧ୍ୟପ୍ରଦେଶ ଲକ୍ଷ୍ୟରେ ‘କମଲ’ ବାହିନୀ !

ମଧ୍ୟପ୍ରଦେଶ ରାଜନୀତିରେ ମହାଡ୍ରାମା । ରାତିଅଧରେ ଚାଲିଲା ଇସ୍ତଫା ପର୍ବ । ଏକାସାଙ୍ଗରେ ଇସ୍ତଫା ଦେଲେ 20 କ୍ୟାବିନେଟ ମନ୍ତ୍ରୀ । ଅଧିକ ପଢନ୍ତୁ...

MP political crisis
ମଧ୍ୟପ୍ରଦେଶ ମହାଡ୍ରାମା: କର୍ଣ୍ଣାଟକ ପରେ ମଧ୍ୟପ୍ରଦେଶ ଲକ୍ଷ୍ୟରେ ‘କମଲ’ ବାହିନୀ !

By

Published : Mar 10, 2020, 9:21 AM IST

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ମହାଡ୍ରାମା । ରାତିଅଧରେ ଚାଲିଲା ଇସ୍ତଫା ପର୍ବ । ଏକାସାଙ୍ଗରେ ଇସ୍ତଫା ଦେଲେ 20 କ୍ୟାବିନେଟ ମନ୍ତ୍ରୀ । ସେପଟେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଅନ୍ୟପଟେ କଂଗ୍ରେସ ନେତା ଜ୍ୟୋତିରାଦ୍ଦିତ୍ୟ ସିନ୍ଧିଆ, ତାଙ୍କ ସହିତ 40 ବିଧାୟକଙ୍କ ସମର୍ଥନ ଥିବା ଜଣାଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମେତ ଅନ୍ୟ ବିଜେପିର କିଛି ଶୀର୍ଷ ନେତୃତ୍ବକୁ ଭେଟିଥିବା ସୂଚନା ମିଳିଛି । ଯାହାକି କର୍ଣ୍ଣାଟକ ପରେ ମଧ୍ୟପ୍ରଦେଶ ଲକ୍ଷ୍ୟରେ ‘କମଲ’ ବାହିନୀ ବୋଲି କୁହାଯାଉଛି ।

ମଧ୍ୟପ୍ରଦେଶ କଂଗ୍ରେସ ସରକାରରେ କିଛି ଦିନର ଛକାପଞ୍ଝା ଭିତରେ ସୋମବାର ରାତିରେ ଦେଖାଦେଇଥିଲା ମହାଡ୍ରାମା । ରାତି ଅଧରେ ମୁଖ୍ୟମନ୍ତ୍ରୀ କମଲନାଥ, କ୍ୟାବିନେଟ ବୈଠକ ଡକାଇଥିବାବେଳେ ସେଠାରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଯାହାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିଲେ । ଦଳରେ ଦେଖାଦେଇଥିବା ସଙ୍କଟକୁ ଦୂର କରିବା ପାଇଁ ଏମାନେ ଇସ୍ତଫା ଦେଇଛନ୍ତି, ଏବଂ ଏମାନଙ୍କ ସ୍ଥାନରେ କିଛି ସିନ୍ଧିଆ ଶିବିରର ବିଧାୟକଙ୍କୁ ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ଚାଲିଛି ।

ସେପଟେ ରାତିରେ ମଧ୍ୟପ୍ରଦେଶ ପ୍ରସଙ୍ଗକୁ ନେଇ ସୋନିଆଙ୍କୁ ଭେଟିଥିଲେ ରାହୁଲ । ଅନ୍ୟପଟେ ଦଳରେ ଦେଖାଦେଇଥିବା ସଙ୍କଟ ଲାଗି ସିନ୍ଧିଆଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କୁ ସ୍ବାଇନ ଫ୍ଲୁ ହୋଇଥିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇପାରୁନଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ । ଏହାସହ ‘ଯିଏ ପ୍ରକୃତ କଂଗ୍ରେସିଆ ହୋଇଥିବ, ସେ କଂଗ୍ରେସରେ ରହିବ’ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସର ଏପରି ସ୍ଥିତିରେ ବିଜେପିର କୌଣସି ହାତ ନାହିଁ । ଏହା ତାଙ୍କର ନିଜ ମାମଲା ବୋଲି କହିଛନ୍ତି ବିଜେପି ନେତା ଶିବରାଜ ସିଂ ଚୌହାନ । ସୂଚନାଥାଉକି, କମଲନାଥ ସରକାରରେ 120 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 114 ଜଣ ଥିବାବେଳେ, ଦୁଇ ଜଣ ବିଏସପି, ଜଣେ ସମାଜବାଦୀ ପାର୍ଟି ଓ 4 ଜଣ ସ୍ବାଧୀନ ବିଧାୟକ ଅଛନ୍ତି । ଅନ୍ୟପଟେ ବିଜେପିର 107 ବିଧାୟକ ଅଛନ୍ତି । ତେଣୁ ଯଦି 17 ଜଣ ବିଧାୟକଙ୍କୁ କଂଗ୍ରେସ ହରାଇଦେବ ତେବେ କର୍ଣ୍ଣାଟକ ପରେ ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ସରକାର ହରାଇବ ବୋଲି କୁହାଯାଉଛି ।

@IANS

ABOUT THE AUTHOR

...view details