ଭୋପାଳ: ମଧ୍ୟପ୍ରଦେଶ ମହାଡ୍ରାମାରେ ଅନ୍ତ ହେବା ଲାଗି ଆଜି ହେବ ଫ୍ଲୋରଟେଷ୍ଟ(ବହୁମତ ପରୀକ୍ଷା) । ସରକାର ବିଧାନସଭାରେ ଦେବେ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ । ଯେଉଁଥିଲାଗି ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ବିଧାୟକଙ୍କୁ ବହୁମତ ପରୀକ୍ଷା ସମୟରେ ଉପସ୍ଥିତ ରହିବାକୁ ହ୍ବିପ୍ ଜାରି କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ରାଜ୍ୟ ବିଧାନସଭାରେ ଦିନ 2ଟାରେ ଫ୍ଲୋରଟେଷ୍ଟ ହେବ ବୋଲି ଧାର୍ଯ୍ୟ କରାଯାଇଛି । ବିଜେପି ପକ୍ଷରୁ ଦାୟର ହୋଇଥିବା ଏକ ଯାଚିକାର ଶୁଣାଣି କରି କୋର୍ଟ ଶୁକ୍ରବାର ଫ୍ଲୋରଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବିଧାୟକମାନେ ନିଜ ହାତ ଉଠାଇ ସରକାରଙ୍କ ସପକ୍ଷରେ କିମ୍ବା ବିପକ୍ଷରେ ନିଜର ମତ ଦେଇପାରିବେ ବୋଲି କୁହାଯାଇଛି ।