ଭୋପାଳ: ମଧ୍ୟପ୍ରଦେଶରେ ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସ ଆଉ ଏକ ସମସ୍ୟାର ସମ୍ମୁଖୀନ ହୋଇଛି। ଉପ-ନିର୍ବାଚନ ପୂର୍ବରୁ ଆଉ ଜଣେ କଂଗ୍ରେସ ବିଧାୟକ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦମୋହର କଂଗ୍ରେସ ବିଧାୟକ ରାହୁଲ ସିଂ ବାଚସ୍ପତି ରାମେଶ୍ବର ଶର୍ମାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ପଦ ଛାଡିଲେ କଂଗ୍ରେସ ବିଧାୟକ - ମଧ୍ୟପ୍ରଦେଶ ଉପନିର୍ବାଚନ
ମଧ୍ୟପ୍ରଦେଶରେ ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସ ଆଉ ଏକ ସମସ୍ୟାର ସମ୍ମୁଖୀନ ହୋଇଛି। ଉପ-ନିର୍ବାଚନ ପୂର୍ବରୁ ଆଉ ଜଣେ କଂଗ୍ରେସ ବିଧାୟକ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଅଧିକ ପଢନ୍ତୁ...
ରାମେଶ୍ବର ଶର୍ମା କହିଛନ୍ତି ଯେ ରାହୁଲ ସିଂ ତାଙ୍କୁ 2 ଦିନ ପୂର୍ବରୁ ଭେଟିଥିଲେ ଏବଂ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ପୁଣି ବିଚାର କରିବାକୁ ରାମେଶ୍ବର ପରାମର୍ଶ ଦେଇଥିଲେ ମାତ୍ର ଶେଷରେ ସେ ଇସ୍ତଫା ଦେଇଥିଲେ । କଂଗ୍ରେସ ବିଧାୟକ ରାହୁଲ ସିଂ ରବିବାର ସକାଳେ ରାମେଶ୍ବର ଶର୍ମାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶ ବିଧାନସଭାର ଆଉ ଏକ ଆସନ ଖାଲି ପଡିଛି ।
ରାହୁଲ ସିଂ ପ୍ରଥମ ଥର ଜିତି ବିଧାୟକ ହୋଇଥିଲେ ମାତ୍ର ଦେଢ ବର୍ଷ ପରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ରାହୁଲ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ଏ ନେଇ ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ବିଟ କରି ସୂଚନା ଦେଇଛନ୍ତି । ପ୍ରକାଶଥାଉକି, ପୂର୍ବରୁ ହିଁ 25 ଜଣ ବିଧାୟକ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଏଥିପାଇଁ ମଧ୍ୟପ୍ରଦେଶରେ ଉପ-ନିର୍ବାଚନ ହେବାକୁ ଯାଉଛି। ନଭେମ୍ବର 3 ରେ ମଧ୍ୟପ୍ରଦେଶର 28 ଟି ବିଧାନସଭା ଆସନ ଉପ-ନିର୍ବାଚନ ପାଇଁ ଭୋଟ୍ ହେବ।