ଭୋପାଳ: ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି କୋରୋନା ଭାଇରସ । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ମେ 3 ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଏପଟେ ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକମାନେ ଫସି ରହିଥିବା ବେଳେ ମଧ୍ୟପ୍ରଦେଶର ଶ୍ରମିକମାନଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଚିନ୍ତା ପ୍ରକଟ କରିଛନ୍ତି ।
ଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମଧ୍ୟପ୍ରଦେଶ ସରକାର - ମଧ୍ୟପ୍ରଦେଶ ଖବର
ମଧ୍ୟପ୍ରଦେଶର ଶ୍ରମିକମାନଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଚିନ୍ତା ପ୍ରକଟ କରିଛନ୍ତି ।

ଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ଶିବରାଜ ସିଂ ଚୌହାନ
ସେ କହିଛନ୍ତି, ମଧ୍ୟପ୍ରଦେଶର ବହୁ ଶ୍ରମିକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ତେଣୁ ଲକଡାଉନ ବୃଦ୍ଧି ସମୟରେ ସେମାନଙ୍କୁ ଫେରାଇ ଆଣିବା ଅସମ୍ଭବ ।
ସେଥିପାଇଁ ଆମେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ପାଇଁ ଖାଦ୍ୟ ଏବଂ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରିଛୁ । ଏଥିସହ ଆମେ ଉକ୍ତ ଶ୍ରମିକ ମାନଙ୍କ ଆକାଉଣ୍ଟକୁ 1000 ଟଙ୍କା ପଠାଇବାକୁ ନିଷ୍ପତ୍ତି ନେଇଛୁ । ଫଳରେ ସେମାନେ ଯେଉଁଠାରେ ମଧ୍ୟ ଥାଆନ୍ତୁ ସେମାନେ ଟଙ୍କତା ଉଟାଇ ପାରିବେ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ।