ଓଡିଶା

odisha

ETV Bharat / bharat

କନ୍ୟା ସନ୍ତାନଙ୍କ ସଶକ୍ତିକରଣ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ 'ପଙ୍ଖ ଅଭିଯାନ' - ମଧ୍ୟପ୍ରଦେଶ ସରକାରଙ୍କ 'ପଙ୍ଖ ଅଭିଯାନ'

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କନ୍ୟା ସନ୍ତାନଙ୍କ ସଶକ୍ତିକରଣ ପାଇଁ ପଙ୍ଖ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

MP Chief minister launches PANKH Abhiyan for girl child
କନ୍ୟା ସନ୍ତାନଙ୍କ ସଶକ୍ତିକରଣ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ 'ପଙ୍ଖ ଅଭିଯାନ'

By

Published : Jan 24, 2021, 4:58 PM IST

ଭୋପାଳ: ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପଙ୍ଖ ଅଭିଯାନକୁ ଲଞ୍ଚ କରିଛନ୍ତି । ଏହି ଅଭିଯାନ କନ୍ୟା ସନ୍ତାନଙ୍କ ସଶକ୍ତିକରଣ ଓ ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି ।

'ବେଟି ବଚାଓ ବେଟି ପଢାଓ' ଅଭିଯାନ ମାଧ୍ୟମରେ ପଙ୍ଖ ଅଭିଯାନକୁ ଆରମ୍ଭ କରାଯାଇଛି । ଏହି ଅଭିଯାନର ଉଦଘାଟନ ସମୟରେ ସେ କହିଛନ୍ତି ଯେ ପଙ୍ଖ(PANKH) ଅଭିଯାନରେ 5ଟି ଅକ୍ଷରର ଭିନ୍ନ ଭିନ୍ନ ଅର୍ଥ ରହିଛି । ପି କନ୍ୟା ସନ୍ତାନଙ୍କ ପ୍ରୋଟେକ୍ସନ ବା ସୁରକ୍ଷା, ଏ ଆୱାରନେସ ବା ସେମାନଙ୍କ ଅଧିକାର ପାଇଁ ସଚେତନତା ସୃଷ୍ଟି କରିବା, ଏନ- ନ୍ୟୁଟ୍ରିସନ ବା ପୁଷ୍ଟିକର, କେ- ନଲେଜ ବା ସବୁ କ୍ଷେତ୍ରରେ କନ୍ୟା ସନ୍ତାନଙ୍କ ଅଗ୍ରଗତି ପାଇଁ ଯଥେଷ୍ଟ ଶିକ୍ଷା ପ୍ରଦାନ ଓ ଏଚ ବା ହେଲ୍‌ଥ ବା ସେମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି । ପଙ୍ଖ ଅଭିଯାନ ମାଧ୍ୟମରେ କନ୍ୟା ସନ୍ତାନଙ୍କ ଉନ୍ନତି ପାଇଁ ଏହି 5ଟି କ୍ଷେତ୍ରରେ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ 'ଲାଡଲି ଲକ୍ଷ୍ମୀ' ଯୋଜନା ମାଧ୍ୟମରେ ଛାତ୍ରୀଙ୍କ ପାଇଁ 6.47 କୋଟି ଟଙ୍କାର ବୃତ୍ତି ଦେବା ଲାଗି ଘୋଷଣା କରିଛନ୍ତି । ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ଛାତ୍ରୀଙ୍କ ସହିତ ଆଲୋନଚା କରିଛନ୍ତି । ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଜଣେ ଛାତ୍ରୀଙ୍କୁ ତାଙ୍କ ଲକ୍ଷ୍ୟ ସମ୍ପର୍କରେ ପଚାରିଥିବା ପ୍ରଶ୍ନରେ ସେ ଆର୍ମି ଅଫିସର ହେବେ ବୋଲି କହିଥିଲେ ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଯେତେବେଳେ ସେ ବିଧାୟକ ହୋଇଥିଲେ କନ୍ୟା ପରିବାର ଉପରେ ବୋଝ କୁହାଯାଉଥିବା ଚିନ୍ତାଧାରାକୁ ହଟାଇବା ପାଇଁ ଗରିବ ପରିବାରର କନ୍ୟାଙ୍କ ବିବାହ ପାଇଁ ଏକ ଯୋଜନା ଆରମ୍ଭ କରିବେ ବୋଲି ଚିନ୍ତା କରିଥିଲେ । କିନ୍ତୁ କନ୍ୟାମାନେ ପରିବାରର ବୋଝ ପରିବର୍ତ୍ତେ ପରିବାର ପାଇଁ ବରଦାନ ସଦୃଶ ବୋଲି ଦର୍ଶାଇବା ପାଇଁ ଲାଡ଼ଲି ଲକ୍ଷ୍ମୀ ଯୋଜନା ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମ ଭୋପାଳର ମିଣ୍ଟୋ ହଲଠାରେ ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ 501 ଅଙ୍ଗନବାଡି କୋଠା ଓ 12ଟି ୱାନ-ଷ୍ଟପ ସେଣ୍ଟର(ହିଂସାର ଶିକାର ହୋଇଥିବା ମହିଳାଙ୍କ ପାଇଁ ବାସସ୍ଥାନ)ର ଉଦଘାଟନ କରିଥିଲେ ।

@ANI

ABOUT THE AUTHOR

...view details