ଓଡିଶା

odisha

ETV Bharat / bharat

‘କୁପୋଷଣ ରୋକିବା ଦିଗରେ ନିଆଯାଉଛି ପଦକ୍ଷେପ’ - mp chandrasekhar sahoo questioned about poshan abhiyan

ଲୋକସଭାରେ ଶିଶୁଙ୍କ ପୋଷଣ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ । ପ୍ରଶ୍ନକାଳରେ ସେ ଏହି ପ୍ରସଙ୍ଗ ଉଠାଇଥିବା ବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି । ଜାଣନ୍ତୁ ସମ୍ପୂର୍ଣ୍ଣ ଖବର...

poshan abhiyan in lok sabha
‘କୁପୋଷଣ ରୋକିବା ଦିଗରେ ନିଆଯାଉଛି ପଦକ୍ଷେପ’

By

Published : Feb 7, 2020, 1:12 PM IST

ନୂଆଦିଲ୍ଲୀ: ଲୋକସଭାରେ ଶିଶୁଙ୍କ ପୋଷଣ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ । ପ୍ରଶ୍ନକାଳରେ ସେ ଏହି ପ୍ରସଙ୍ଗ ଉଠାଇ ଥିବାବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି ।

ସରକାର କୁପୋଷଣକୁ ରୋକିବା ଦିଗରେ କି କି ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟସରକାରଙ୍କ ସହିତ ଆଲୋଚନା କରି ଏଦିଗରେ ପଦକ୍ଷେପ ନେଉଛନ୍ତି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଚନ୍ଦ୍ରଶେଖର । ଏହାସହ ବିଭିନ୍ନ ମନ୍ତ୍ରଣାଳୟ ସହିତ ସମନ୍ବୟ ରକ୍ଷାକରି ଏଦିଗରେ ମନ୍ତ୍ରଣାଳୟ କାମ କରୁଛନ୍ତି ନା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

‘କୁପୋଷଣ ରୋକିବା ଦିଗରେ ନିଆଯାଉଛି ପଦକ୍ଷେପ’

ସେପଟେ ଏହାର ଉତ୍ତରରେ କେନ୍ଦ୍ର ସରକାର ପ୍ରତି ରାଜ୍ୟସରକାରଙ୍କ ସହିତ ଏନେଇ ଆଲୋଚନା ଜାରି ରଖିଛନ୍ତି । ଏହା ସହିତ ଏ କ୍ଷେତ୍ରରେ ପୋଷଣ ଅଭିଯାନ ଜାରି ରହିଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି । ଅନ୍ୟପଟେ ମହିଳା ଓ ଶିଶୁଙ୍କ ପାଇଁ ଖାଦ୍ୟର ତାଲିକା ମଧ୍ୟ ପ୍ରକାଶ ପାଇଥିବା ସେ କହିଛନ୍ତି ।

ସେହିପରି ଓଡିଶା ଏ କ୍ଷେତ୍ରରେ ଆଗରେ ଥିବାରୁ ସରକାର ପୋଷଣ ଅଭିଯାନରେ କିଛି ଆୱାର୍ଡର ବ୍ୟବସ୍ଥା କରିଛନ୍ତି କି ବୋଲି ସପ୍ଲିମେଣ୍ଟାରୀ ପ୍ରଶ୍ନ କରିଛନ୍ତି ଚନ୍ଦ୍ରଶେଖର । ତେବେ ଏକ୍ଷେତ୍ରରେ ଆୱାର୍ଡର ବ୍ୟବସ୍ଥା ଥିବା କହିଛନ୍ତି ମନ୍ତ୍ରୀ ସ୍ମୃତି ଇରାନୀ।

ଲୋକସଭା ଟିଭି ସହ ବ୍ୟୁରୋ ଇନପୁଟ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details