ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶ ଉପନିର୍ବାଚନ: ଶିବସେନାକୁ ଝଟକା, ପ୍ରାର୍ଥିପତ୍ର ଦାଖଲ ପରେ ବିଜେପିକୁ ଫେରିଲେ ନେତା - ବିଜେପି ନେତା ଜଗମୋହନ ବର୍ମା

ମଧ୍ୟପ୍ରଦେଶରେ ଶିବସେନାକୁ ଝଟକା ଲାଗିଛି । ବିଜେପି ଛାଡି ତିନିଦିନ ତଳେ ଶିବସେନା ଟିକେଟରେ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଗମୋହନ ବର୍ମା ପୁଣି ଦଳକୁ ଫେରିବା ନେଇ ସୂଚନା ଦେଇଛନ୍ତି ।

ମଧ୍ୟପ୍ରଦେଶ ଉପନିର୍ବାଚନ
ମଧ୍ୟପ୍ରଦେଶ ଉପନିର୍ବାଚନ

By

Published : Oct 19, 2020, 10:22 AM IST

ଭୋପାଳ: ମଧ୍ୟପ୍ରଦେଶ ଉପନିର୍ବାଚନରେ ଶିବସେନାକୁ ଝଟକା । ଶିବସେନା ଟିକେଟରେ ପ୍ରାର୍ଥିପତ୍ର ଦାଖଲ କରିବାର 3 ଦିନ ପରେ ପୁଣି ବିଜେପିକୁ ଫେରିଛନ୍ତି ଜଗମୋହନ ବର୍ମା । କିଛିଦିନ ତଳେ ବିଜେପି ଛାଡି ଶିବସେନାରେ ଯୋଗ ଦେଇଥିଲେ ଜଗମୋହନ ।

ଜଗମୋହନ ବିଜେପି ଛାଡି ଶିବସେନାରେ ମିଶିବା ପରେ ଦଳ ତାଙ୍କୁ ସନୱାରରୁ ପ୍ରାର୍ଥୀ କରିଥିଲା । ଏପରିକି ସେ ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିଥିଲେ । ହେଲେ ଗେରୁଆ ଟିମ୍‌ ତାଙ୍କୁ ମନାଇବାରେ ସଫଳ ହୋଇଛନ୍ତି । ସେ ଆଜି(ସୋମବାର) ପୁଣି ଦଳକୁ ଫେରୁଥିବା ଜଣାପଡିଛି ।

ସେ ବିଜେପି ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିବା ସହ ବିଜେପି ପ୍ରାର୍ଥୀ ତୁଳସୀ ସିଲଭାତଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ । ତେବେ ବିଜେପି ବିଧାୟକ ରମେଶ ମେଣ୍ଡୋଲା ଓ ଆକାଶ ବିଜୟବର୍ଗୀୟ, ଜଗମୋହନଙ୍କୁ ମନାଇବାରେ ସଫଳ ହୋଇଛନ୍ତି । ସେ ଆଜି ଦଳରେ ପୁଣି ଥରେ ସାମିଲ ହେବେ ବୋଲି ରାଜି ହୋଇଛନ୍ତି ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଜଗମୋହନ କହିଛନ୍ତି,‘‘ବିଜେପି ମୋ ମା’ ପରି’’ । ଏହାସହ ମୁଁ ମୋ ଦଳର ସଦସ୍ୟତା ପୁଣି ଥରେ ଗ୍ରହଣ କରିଛି ଓ ନାମାଙ୍କନ ପ୍ରତ୍ୟାହାର କରିନେବି ବୋଲି ସେ କହିଛନ୍ତି । କିଛି ଶ୍ରମିକ ସଂଘକୁ ବ୍ୟାନ କରିବା ପ୍ରତିବାଦରେ ସେ ବିଜେପି ଛାଡିଥିଲେ ।

ସୂଚନାଥାଉକି, ରାଜ୍ୟରେ 28ଟି ଆସନ ପାଇଁ ଉପନିର୍ବାଚନ ହେଉଛି । ନଭେମ୍ବର 3 ତାରିଖରେ ଭୋଟ ଗ୍ରହଣ ଥିବାବେଳେ 10 ତାରିଖରେ ଗଣତି ରହିଛି ।

ABOUT THE AUTHOR

...view details