ଓଡିଶା

odisha

By

Published : Feb 4, 2020, 2:49 PM IST

ETV Bharat / bharat

‘ଏବେବି ଦେଶର 4ଟି ରାଜ୍ୟରେ ଦେଖିବାକୁ ମିଳୁଛି କୃଷ୍ଠ ରୋଗ’

ଦେଶରୁ କୃଷ୍ଠ ରୋଗ ସମ୍ପୂର୍ଣ୍ଣ ରୂପେ ନିପାତ ହୋଇନଥିବାବେଳେ ଏନେଇ ଥିବା ପାଣ୍ଠି ଅନ୍ୟ ରୋଗ ପାଇଁ ସରକାର ପ୍ରଦାନ କରିଛନ୍ତି । ହେଲେ ଏବେବି ଓଡିଶା, ଛତିଶଗଡ, ଝାରଖଣ୍ଡ ଓ ବିହାର ସହିତ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ବୀପ ଓ ଦାଦ୍ରାନଗର ହାବେଳୀରେ କୃଷ୍ଠ ରୋଗ ଦେଖିବାକୁ ମିଳୁଥିବା କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

MP Bhartruhari Mahtab
ଏବେବି ଦେଶର 4ଟି ରାଜ୍ୟରେ ଦେଖିବାକୁ ମିଳୁଛି କୃଷ୍ଠ ରୋଗ

ନୂଆଦିଲ୍ଲୀ: ଦେଶରୁ କୃଷ୍ଠ ରୋଗ ସମ୍ପୂର୍ଣ୍ଣ ରୂପେ ନିପାତ ହୋଇନଥିବାବେଳେ ଏନେଇ ଥିବା ପାଣ୍ଠି ଅନ୍ୟ ରୋଗ ପାଇଁ ସରକାର ପ୍ରଦାନ କରିଛନ୍ତି । ହେଲେ ଏବେବି ଓଡିଶା, ଛତିଶଗଡ, ଝାରଖଣ୍ଡ ଓ ବିହାର ସହିତ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ବୀପ ଓ ଦାଦ୍ରାନଗର ହାବେଳୀରେ କୃଷ୍ଠ ରୋଗ ଦେଖିବାକୁ ମିଳୁଛି । ତେଣୁ ଏଦିଗରେ ଅଧିକ ଜନସଚେତନତା ଦରକାର ବୋଲି ଆଜି ଲୋକସଭାରେ କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।

ଏବେବି ଦେଶର 4ଟି ରାଜ୍ୟରେ ଦେଖିବାକୁ ମିଳୁଛି କୃଷ୍ଠ ରୋଗ

କିଛି ଦିନ ପୂର୍ବେ ଆମେ କୃଷ୍ଠ ରୋଗ ନିରାକରଣ ଦିବସ ପାଳି ଥିବାବେଳେ ସରକାର ଏହି ଚାରୋଟି ରାଜ୍ୟରୁ କିଭଳି ସମ୍ପୂର୍ଣ୍ଣ ରୂପେ କୃଷ୍ଠ ରୋଗ ଦୂରେଇ ଯିବ, ସେ ନେଇ ବ୍ୟବସ୍ଥା କରିବା ପାଇଁ ସେ କହିଛନ୍ତି ।

ସେହିପରି ସରକାର କୃଷ୍ଠ ହଟାଇବା ଦିଗରେ ଅନେକ କାମ କରିଥିବା ମଧ୍ୟ ସେ ଦର୍ଶାଇଛନ୍ତି ।

ସୌଜନ୍ୟ: ଲୋକସଭା ଟିଭି

ABOUT THE AUTHOR

...view details