ଓଡିଶା

odisha

ETV Bharat / bharat

ଆଜି ମଧ୍ୟପ୍ରଦେଶ ବିଧାନସଭାର ଦିନିକିଆ ମୌସୁମୀ ଅଧିବେଶନ - ବିଧାନସଭାର ଦିନିକିଆ ମୌସୁମୀ ଅଧିବେଶନ

ମହାମାରୀ କୋରୋନା ପାଇଁ ମଧ୍ୟପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଗୋଟିଏ କାର୍ଯ୍ୟ ଦିବସ ରଖାଯାଇଛି । ବିଧାନସଭାରେ 57 ଜଣ ବିଧାୟକ ବିଧାନସଭା ଅଧିବେଶନରେ ବ୍ୟକ୍ତିଗତ ଭାବରେ ଯୋଗଦେବେ ଏବଂ ଅବଶିଷ୍ଟ ବିଧାୟକ ଭର୍ଚୁଆଲରେ ଉପସ୍ଥିତି ରହିବେ ।

ଆଜି ମଧ୍ୟପ୍ରଦେଶରେ ବସିବ ବିଧାନସଭାର ଦିନିକିଆ ମୌସୁମୀ ଅଧିବେଶନ
ଆଜି ମଧ୍ୟପ୍ରଦେଶରେ ବସିବ ବିଧାନସଭାର ଦିନିକିଆ ମୌସୁମୀ ଅଧିବେଶନ

By

Published : Sep 21, 2020, 8:23 AM IST

ଭୋପାଳ: କୋଭିଡ ମହାମାରୀ ମଧ୍ୟରେ ସୋମବାର(ଆଜି) ମଧ୍ୟପ୍ରଦେଶ ବିଧାନସଭାର ଦିନିକିଆ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ । ବିଧାନସଭାର ମୁଖ୍ୟ ସଚିବ ଏପି ସିଂଙ୍କ ସମେତ ବାଚସ୍ପତି ରମେଶ୍ୱର ଶର୍ମା ରବିବାର ଦିନ ଗୃହରେ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବୁଧବାର ଉତ୍ତରାଖଣ୍ଡରେ ମଧ୍ୟ ଦିନିକିଆ ମୌସୁମୀ ଅଧିବେଶନ ବସିବ ।

ମଧ୍ୟପ୍ରଦେଶ ବିଧାନସଭା ଏହାର ଅଫିସିଆଲ ଟୁଇଟର ଆକାଉଣ୍ଟରେ କହିଛନ୍ତି, ସେପ୍ଟେମ୍ବର 21ରେ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ବାଚସ୍ପତି ରମେଶ୍ୱର ଶର୍ମା, ବିଧାନସଭାର ମୁଖ୍ୟ ସଚିବଙ୍କ ସହିତ ଗୃହରେ ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ରାଜ୍ୟ ବିଧାନସଭାରେ 57 ଜଣ ବିଧାୟକ ବିଧାନସଭା ଅଧିବେଶନରେ ବ୍ୟକ୍ତିଗତ ଭାବରେ ଯୋଗଦେବେ ଏବଂ ଅବଶିଷ୍ଟ ବିଧାୟକ ଭର୍ଚୁଆଲରେ ଉପସ୍ଥିତି ରହିବେ । ପୂର୍ବରୁ ସିଂ କହିଥିଲେ ଯେ, ସେପ୍ଟେମ୍ବର 21ରୁ ବିଧାନସଭା ତିନି ଦିନିଆ ଅଧିବେଶନ କରିବ।

ଜୁଲାଇ 20ରୁ ଆରମ୍ଭ ହେବାକୁ ଥିବା ମଧ୍ୟପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ କୋରୋନା ଭାଇରସ୍ ମହାମାରୀ କାରଣରୁ ବାତିଲ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details