ଓଡିଶା

odisha

ମଧ୍ୟପ୍ରଦେଶ ଉପନିର୍ବାଚନ: ରେଜଲ୍ଟ ଉପରେ ସମଗ୍ର ଦେଶର ନଜର, କଂଗ୍ରେସ-ବିଜେପି ପାଇଁ ସମ୍ନାନର ଲଢେଇ

By

Published : Nov 10, 2020, 9:20 AM IST

Updated : Nov 10, 2020, 10:40 AM IST

ମଧ୍ୟପ୍ରଦେଶ ଉପନିର୍ବାଚନର ଆଜି ଭୋଟ ଗଣତି ହେଉଛି । ତେବେ ଏହି ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି । କାରଣ ସରକାର ବଞ୍ଚାଇବାକୁ ହେଲେ ବିଜେପିକୁ ଅତି କମରେ 28 ଆସନରୁ 8 ଆସନ ଜିତିବାକୁ ପଡିବ । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ଉପନିର୍ବାଚନ
ମଧ୍ୟପ୍ରଦେଶ ଉପନିର୍ବାଚନ

ଭୋପାଳ: ମଧ୍ୟପ୍ରଦେଶର 28 ଆସନରେ ହେଉଥିବା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ଚଳିତ ଥର କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଣତିରେ ଅନେକ ପରିବର୍ତ୍ତନ କରାଯାଇଛି । ତେବେ ଆଜିର ଏହି ଗଣତିରେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ସରକାର ରହିବ ନା ପୁଣି ଥରେ କମଲ ନାଥ ସରକାର ଗଢିବେ ସେନେଇ ଫୈସଲା ହେବ । 28 ଆସନ ପାଇଁ ମୋଟ 355 ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ପ୍ରତି ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।

କିଏ କେତେ ଆସନରେ ଲଢୁଛି

ବିଜେପି-28

କଂଗ୍ରେସ-28

ବିଏସପି-28

ସମାଜବାଦି ପାର୍ଟି-13

ଅନ୍ୟମାନେ ସ୍ବାଧୀନ ଭାବେ ମୈଦାନରେ ଅଛନ୍ତି ।

କିପରି ସରକାର ଗଠନ କରିବ କଂଗ୍ରେସ

ବର୍ତ୍ତମାନ କଂଗ୍ରେସ ପାଖରେ 87 ଜଣ ବିଧାୟକ ଥିବାବେଳେ ସରକାର ଗଢିବାକୁ 28 ବିଧାୟକ ଆବଶ୍ୟକ । ଯଦି ଏପରି ନହୁଏ ତେବେ କଂଗ୍ରେସକୁ ଅତିକମରେ 21 ଜଣ ଦଳୀୟ ବିଧାୟକ ଓ 4 ସ୍ବାଧୀନ, 2 ବିଏସପି ଓ ଜଣେ ଏସପି ବିଧାୟକଙ୍କ ଆବଶ୍ୟକତା ରହିଛି । ଯେଉଁଥିରେ ଦଳ ବହୁମତ ହାସଲ କରି ପୁଣି ଥରେ ସରକାର ଗଢିପାରିବ ।

ବିଜେପି ପାଇଁ କେତେ ବିଧାୟକ ଆବଶ୍ୟକ

ବର୍ତ୍ତମାନ ବିଜେପି ପାଖରେ 107 ଜଣ ବିଧାୟକ ଥିବାବେଳେ ଉପନିର୍ବାଚନରେ ଅତିକମରେ 8ଟି ଆସନରେ ଦଳକୁ ବିଜୟ ଲାଭ କରିବାକୁ ପଡିବ । ତେବେ ଯାଇ ସରକାର ରହିବ । ନହେଲେ ସରକାର ଭଙ୍ଗିଯିବାର ସମ୍ଭାବନା ରହିଛି ।

ସୂଚନାଥାଉକି, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ମୋଟ 22 ଜଣ ବିଧାୟକ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ କଂଗ୍ରେସ ସରକାର ଭାଙ୍ଗିଯାଇଥିଲା । ପରେ ମୋଟ 28ଟି ଆସନରେ ଉପନିର୍ବାଚନ ହୋଇଥିଲା ।

Last Updated : Nov 10, 2020, 10:40 AM IST

ABOUT THE AUTHOR

...view details