ହାଇଦ୍ରାବାଦ: ଭାରତରେ ଧାର୍ମିକ ସ୍ବାଧୀନତା ଉପରେ ଆମେରିକାର ରିପୋର୍ଟକୁ ଦର୍ଶାଇ ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଏକ ବଡ ଆକ୍ରମଣ କରିଛନ୍ତି । ଓୱେସୀ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଲିଙ୍ଗନ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ କାମ ଦେଲାନି । ଧାର୍ମିକ ସ୍ବାଧୀନତା ଉପରେ ୟୁନାଇଟେଡ୍ ଷ୍ଟେଟ୍ସ କମିଶନ୍ ଅନ୍ ଇଣ୍ଟରନ୍ୟାସନାଲ୍ ରିଲିଜିୟସ୍ ଫ୍ରିଡମ୍ (USCIRF)ରେ ଭାରତକୁ ପାକିସ୍ତାନ, ଉତ୍ତର କୋରିଆ ଏବଂ ସିରିଆ ସହ ସମାନ ରଖିଛି।
ଟ୍ରମ୍ପଙ୍କୁ ଆଲିଙ୍ଗନ କରିବା ମୋଦିଙ୍କ ପାଇଁ କାମ ଦେଲାନି: ଓୱେସୀ - USCIRF
ଭାରତରେ ଧାର୍ମିକ ସ୍ବାଧୀନତା ଉପରେ ଆମେରିକାର ରିପୋର୍ଟକୁ ଦର୍ଶାଇ ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଏକ ବଡ ଆକ୍ରମଣ କରିଛନ୍ତି ।
![ଟ୍ରମ୍ପଙ୍କୁ ଆଲିଙ୍ଗନ କରିବା ମୋଦିଙ୍କ ପାଇଁ କାମ ଦେଲାନି: ଓୱେସୀ MP Asaduddin owaisi](https://etvbharatimages.akamaized.net/etvbharat/prod-images/768-512-6981881-106-6981881-1588129887323.jpg)
ସେ କହିଛନ୍ତି, ‘USCIRF ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଛି। ଏହାର ରିପୋର୍ଟରେ ବର୍ମା, ପାକିସ୍ତାନ, ଉତ୍ତର କୋରିଆ ଓ ସିରିଆ ସହିତ ଭାରତ ସମାନ ରହିଛି। ଏହା ସ୍ପଷ୍ଟ ଯେ ଆଲିଙ୍ଗନ କାମ କଲା ନାହିଁ, ବୋଧହୁଏ ପରବର୍ତ୍ତୀ ସମୟରେ ଆପଣ କିଛି କୂଟନୈତିକ ପ୍ରଦର୍ଶନ କରିବେ’।
ପ୍ରକାଶଥାଉକି, USCIRF ଏକ ଟ୍ବିଟରେ କରି କହିଛି, ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତର ସବୁଠାରୁ ବିପଜ୍ଜନକ ଭାବରେ ଧାର୍ମିକ ସ୍ବାଧୀନତାକୁ ଉଲ୍ଲଂଘନ କରାଯାଇଛି। ଓୱେସୀଙ୍କ ଅନୁଯାୟୀ, ଆମେରିକାର ଏହି ରିପୋର୍ଟରେ କୁହାଯାଇଛି ଯେ ଧାର୍ମିକ ସ୍ବାଧୀନତାର ଉଲ୍ଲଂଘନ ପାଇଁ ଦାୟୀ ଥିବା ଭାରତ ସରକାରଙ୍କ ଏଜେନ୍ସି ଓ ଅଧିକାରୀଙ୍କୁ ବାରଣ କରାଯିବା ଉଚିତ। ସେମାନଙ୍କର ସମ୍ପତ୍ତି ଜବତ କରାଯିବା ଉଚିତ ଏବଂ ଆମେରିକାରେ ସେମାନଙ୍କର ପ୍ରବେଶ ବନ୍ଦ କରିଦେବା ଉଚିତ୍ ।