ଓଡିଶା

odisha

By

Published : Sep 1, 2019, 8:40 PM IST

ETV Bharat / bharat

ବିଜେପି ସାଂସଦ ଅର୍ଜୁନ ସିଂହଙ୍କୁ ମରଣାନ୍ତକ ଆକ୍ରମଣ

ପଶ୍ଚିମବଙ୍ଗ ବରାକପୁରର ବିଜେପି ସାଂସଦ ଅର୍ଜୁନ ସିଂହଙ୍କୁ ଆକ୍ରମଣ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ଦଳୀୟ କର୍ମୀ ଏବଂ ପୋଲିସ ତାଙ୍କ ଉପରେ ଏଭଳି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ସେ ।

ଫାଇଲ ଫଟୋ

କୋଲକାତା: ପଶ୍ଚିମବଙ୍ଗ ବରାକପୁରର ବିଜେପି ସାଂସଦ ଅର୍ଜୁନ ସିଂହଙ୍କୁ ଆକ୍ରମଣ । ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ତାଙ୍କ ଗାଡି ଭାଙ୍ଗାରୁଜା କରିବା ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ଅର୍ଜୁନ ସିଂହ । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ଦଳୀୟ କର୍ମୀ ଏବଂ ପୋଲିସ ତାଙ୍କ ଉପରେ ଏଭଳି ଆକ୍ରମଣ କରିଥିବା ସେ ନିଜ ଅଭିଯୋଗରେ କହିଛନ୍ତି ।

ଅର୍ଜୁନଙ୍କ କହିବା ଅନୁଯାୟୀ, ଶ୍ୟାମନଗର ଅଞ୍ଚଳରେ ଥିବା ବିଜେପିର ଦଳୀୟ କାର୍ଯ୍ୟାଳୟକୁ ତୃଣମୂଳ କଂଗ୍ରେସର ଜବରଦଖଲ ଉଦ୍ୟମକୁ ନେଇ ଟିଏମସି ଏବଂ ବିଜେପି କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହା ପରେ ଦଳୀୟ କର୍ମୀଙ୍କୁ ଭେଟିବା ପାଇଁ ବିଜେପି ସାଂସଦ ସେଠାକୁ ଯାଇଥିଲେ । ହେଲେ ଟିଏମସି ସମର୍ଥକ ତାଙ୍କ ଗାଡି ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହାପରେ ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଲାଠିଚାର୍ଜ କରିଥିଲା । ଏହି ସମୟରେ ପୋଲିସ କମିଶନର ମନୋଜ ବର୍ମା ତାଙ୍କ ମୁଣ୍ଡରେ ଲାଠିରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଅର୍ଜୁନ ସିଂହ ।

ତେବେ ଆକ୍ରମଣ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅର୍ଜୁନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ABOUT THE AUTHOR

...view details