ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଓ ରାମପୁର ସାଂସଦ ଆଜମ ଖାନଙ୍କ ମୁଣ୍ଡ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଛି । ନିଜ ବୟାନକୁ ନେଇ ସବୁବେଳେ ବିବାଦରେ ରହି ଆସିଥିବା ଆଜମଙ୍କ ଗିରଫ ବୟାନ ପାଇଁ ନୁହେଁ ବରଂ ଜବରଦସ୍ତି ଜମି କବ୍ଜାକୁ ନେଇ ହୋଇପାରେ ।
ଗିରଫ ହୋଇପାରନ୍ତି ରାମପୁର ସାଂସଦ ଆଜମ ଖାନ - ସାଂସଦ
ମୌଲାନା ଅଲୀ ଜୌହର ବିଶ୍ବବିଦ୍ୟାଳୟ ପାଇଁ 100 କୋଟି ଟଙ୍କା ମୂଲ୍ୟର ଜମି ହଡପ ମାମଲାରେ ଗିରଫ ହୋଇପାରନ୍ତି ସମାଜବାଦୀ ପାର୍ଟିର ସାଂସଦ ଆଜମ ଖାନ । ଆଜମଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ନେଇ ଜଣେ ରାଜସ୍ବ ଅଧିକାରୀଙ୍କ ଦାବି ।

ଫାଇଲ ଫଟୋ
ଆଜମଙ୍କ ଉପରେ ଭୁଲ ଦସ୍ତାବେଜ ଆଧାରରେ ନିଜର ନିକଟତର ପୂର୍ବ କ୍ଷେତ୍ରାଧିକାରୀ ଆଲେ ହାସନ ଖାନଙ୍କ ସହଯୋଗରେ ମୌଲାନା ଅଲୀ ଜୌହର ବିଶ୍ବବିଦ୍ୟାଳୟ ପାଇଁ 100 କୋଟି ଟଙ୍କା ମୂଲ୍ୟର ଜମି ହଡପ କରିଥିବା ଅଭିଯୋଗ ରହିଛି । ଏନେଇ ଆଜମଙ୍କ ବିରୋଧରେ ଅଜୀମନଗର ଥାନାରେ ଅପରାଧିକ ମାମଲା ଦାଖଲ କରାଯାଇଛି ।
ଆଜମଙ୍କ ବିରୋଧରେ ଜବରଦସ୍ତି ଜମି ହଡପ ଆରୋପ ନେଇ ପ୍ରମାଣ ଥିବା ଜଣେ ରାଜସ୍ବ ଅଧିକାରୀ ଦାବି କରିଛନ୍ତି । ରାଜସ୍ବ ଅଧିକାରୀଙ୍କ ଦାବି ପରେ ଆଜମଙ୍କ ଗିରଫ ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ।