ଓଡିଶା

odisha

ETV Bharat / bharat

ଲୋକସଭାରେ ଉଠିଲା କଳିଙ୍ଗ ରେଜିମେଣ୍ଟ ଗଠନ ଦାବି - kalinga regiment issue raised in lok sabha

ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଗଠନ କରିବାକୁ ଲୋକସଭାରେ ଦାବି ଜଣାଇଲେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ। ପ୍ରଶ୍ନକାଳରେ ସେ ଏହି ପ୍ରସଙ୍ଗ ଉଠାଇଛନ୍ତି।

achyuta samanta
ଲୋକସଭାରେ ଉଠିଲା କଳିଙ୍ଗ ରେଜିମେଣ୍ଟ ଗଠନ ଦାବି

By

Published : Dec 2, 2019, 11:27 PM IST

ନୂଆଦିଲ୍ଲୀ: ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଗଠନ କରିବାକୁ ଲୋକସଭାରେ ଦାବି ଜଣାଇଲେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ। ଓଡିଶା ନାମାନୁସାରେ କଳିଙ୍ଗ ନାମରେ ଗୋଟିଏ ରେଜିମେଣ୍ଟ ଗଠନ କରିବାକୁ ରାଜ୍ୟବାସୀ ଅନେକ ଦିନ ହେବ ଦାବି କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି କଳିଙ୍ଗ ରେଜିମେଣ୍ଟ ଗଠନ କରିବାକୁ ସେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଲୋକସଭାରେ ଉଠିଲା କଳିଙ୍ଗ ରେଜିମେଣ୍ଟ ଗଠନ ଦାବି

ପ୍ରଶ୍ନକାଳରେ ସେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଦଶନ୍ଧୀ ଧରି ଭାରତୀୟ ସେନାରେ ଓଡିଆ ଯବାନ ଯୋଗଦାନ ଦେଇ ଆସିଛନ୍ତି। ତେବେ କଳିଙ୍ଗ ରେଜିମେଣ୍ଟ ଗଠନ ହେଲେ ଏଥିରେ ଓଡିଶାର ଅନେକ ବାହାଦୂର ଯବାନ ସାମିଲ ହୋଇପାରିବେ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ବାର ଚିଠି ଲେଖି ଏବାବଦରେ ଜଣାଇଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ABOUT THE AUTHOR

...view details