ଓଡିଶା

odisha

By

Published : Sep 23, 2019, 5:01 PM IST

ETV Bharat / bharat

ଆପେ ଆପେ ଚାଲୁଛି ହ୍ବିଲ ଚେୟାର, ଭିଡିଓ ଭାଇରାଲ

ଆପେ ଆପେ ଚାଲୁଛି ହ୍ବିଲ ଚେୟାର । ଏଭଳି ଏକ ଘଟଣା ଘଟିଛି ପଞ୍ଜାବର ଚଣ୍ଡିଗଡ଼ ଅଞ୍ଚଳରେ ନବନିର୍ମିତ ଏକ ଡାକ୍ତରଖାନାରେ । ଏହି ଘଟଣାର ଏକ ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଚଣ୍ଡିଗଡ଼: ଆପେ ଆପେ ଚାଲୁଛି ହ୍ବିଲ ଚେୟାର । ବିଶ୍ବାସ ନହେଲେ ମଧ୍ୟ ଏହା ସତ । ଘଟଣାଟି ଘଟିଛି ପଞ୍ଜାବର ଚଣ୍ଡିଗଡ଼ ଅଞ୍ଚଳରେ । ଏଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଏକ ଡାକ୍ତରଖାନା ସାମ୍ନାରେ ଥିବା ଏକ ହ୍ବିଲ ଚେୟାରଟି ଗଡ଼ିବାକୁ ଲାଗିଥିଲା । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ହ୍ବିଲ ଚେୟାର ଗଡ଼ୁଥିବାର ଦୃଶ୍ୟ

ଭାଇରାଲ ଭିଡ଼ିଓଟି ଦୁଇ ତିନ ଦିନର ପୁରୁଣା । ଘଟଣାଟି ବିଳମ୍ବିତ ରାତିରେ ଘଟିଥିଲା । ତେବେ ଡାକ୍ତରଖାନା ଗେଟ ସାମ୍ନାରେ ଏକ ହ୍ବିଲ ଚେୟାର ରହିଥିଲା । ବିଳମ୍ବିତ ରାତିରେ ଚେୟାରଟି ଆପେ ଆପେ ଗଡ଼ିବାକୁ ଆରମ୍ଭ କରିଥିଲା । ଚେୟାରଟି ଆପେ ଆପେ ସିକ୍ୟୁରିଟି ଗେଟ ପର୍ଯ୍ୟନ୍ତ ମଧ୍ୟ ଗଡ଼ି ଯାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ସେହି ସମୟରେ ସୁରକ୍ଷାକର୍ମୀ ଉକ୍ତ ଘଟଣାକୁ ଦେଖିବା ସହିତ ପୁରା ଆଶ୍ଚର୍ଯ୍ୟ ହେବା ସହିତ ଡରି ଯାଇଥିଲା ।

ତେବେ ଉକ୍ତ ହ୍ବିଲ ଚେୟାରକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଉକ୍ତ ଚେୟାରଟି ବ୍ୟାଟେରି ଚାଳିତ ନୁହେଁ ତ, ତାହା କୁ କେହି ଠେଲି ଦେଇ ଏଭଲି କରିନାହାନ୍ତି ତ । ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ସୁରକ୍ଷାକର୍ମୀମାନେ ଯାଞ୍ଚ କରିଥିଲେ । ମାତ୍ର ସେଭଳି କୌଣସି ପ୍ରମାଣ ପାଇ ନଥିଲେ । ସେପଟେ ସୁରକ୍ଷା କର୍ମୀମାନେ କହିଛନ୍ତି କି ଡାକ୍ତରଖାନା ନିକଟରେ ପବନ ହେଉଥିଲା । ହୁଏତ ପବନ ଦ୍ବାରା ତାହା ଠେଲି ହୋଇ ଯାଇଥାଇପାରେ ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ କିଛି ବର୍ଷ ପୂର୍ବରୁ ଏହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ତେବେ ସେହି ସମୟରେ ଚୌକି ବଦଳରେ ଷ୍ଟ୍ରେଚର ଗଡିଥିଲା । ଯାହା ଶବ ବ୍ୟବଚ୍ଛେଦ ଗୃହ ନିକଟରେ ରହିଥିଲା ।

ABOUT THE AUTHOR

...view details