ଓଡିଶା

odisha

ETV Bharat / bharat

ଲକଡାଉନ ପ୍ରଭାବ: ଲକ୍ଷେ ଟଙ୍କିଆ ସ୍ମାର୍ଟଫୋନ ଲଞ୍ଚରେ ବିଳମ୍ବ - ବିଳାସମୟ ଫୋନ

ଅତ୍ୟାଧୁନିକ ସ୍ମାର୍ଟଫୋନ ମୋଟୋ ରଜରର ଦାମ ରହିଛି 1 ଲକ୍ଷ 24 ହଜାର 999 ଟଙ୍କା । ଏହାର ରାମ 6 ଜିବି ସହ 128 ଜିବି ଷ୍ଟୋରେଜ କ୍ଷମତା ରହିଛି । ଅଧିକ ପଢନ୍ତୁ...

ଲକଡାଉନ ପ୍ରଭାବ: ଲକ୍ଷେ ଟଙ୍କିଆ ସ୍ମାର୍ଟଫୋନ ଲଞ୍ଚରେ ବିଳମ୍ବ
ଲକଡାଉନ ପ୍ରଭାବ: ଲକ୍ଷେ ଟଙ୍କିଆ ସ୍ମାର୍ଟଫୋନ ଲଞ୍ଚରେ ବିଳମ୍ବ

By

Published : Apr 3, 2020, 6:43 PM IST

ହାଇଦ୍ରାବାଦ: ଲକଡାଉନ ଯୋଗୁଁ ସାରା ଦେଶରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି । ସବୁ ପ୍ରକାର ଇଣ୍ଟଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ପଡିଛି । ଶିଳ୍ପଠାରୁ ଫିଲ୍ମ ଯାଏଁ ସମସ୍ତେ ଏହି ଲକଡାଉନରେ ପ୍ରଭାବିତ ହୋଇଛନ୍ତି । ଅନେକ କମ୍ପାନୀ ନିଜ ନୂଆ ପ୍ରଡକ୍ଟର ଲଞ୍ଚ ମଧ୍ୟ ଅଟକାଇ ଦେଇଛନ୍ତି ।

ସେହିପରି ଲକଡାଉନ ଯୋଗୁଁ ମୋଟୋରୋଲା ନିଜ ଆଗାମୀ ପ୍ରଡକ୍ଟର ଲଞ୍ଚକୁ ବାତିଲ କରିଛି । ଲେନୋଭୋର ସ୍ମାର୍ଟଫୋନ ବ୍ରାଣ୍ଡ ମୋଟୋରୋଲା ଏପ୍ରିଲ 2ରେ ନିଜର ଲକ୍ଷେ ଟଙ୍କିଆ ସ୍ମାର୍ଟଫୋନ ମୋଟୋ ରଜର ଲଞ୍ଚ କରିବାର ଥିଲା । ମାତ୍ର ଲକଡାଉନ ଯୋଗୁଁ ଏହାକୁ ଘୁଞ୍ଚାଇଥିବା କମ୍ପାନୀ ସୂଚନା ଦେଇଛି ।

ଅତ୍ୟାଧୁନିକ ସ୍ମାର୍ଟଫୋନ ମୋଟୋ ରଜରର ଦାମ ରହିଛି 1 ଲକ୍ଷ 24 ହଜାର 999 ଟଙ୍କା । ଏହାର ରାମ 6 ଜିବି ସହ 128 ଜିବି ଷ୍ଟୋରେଜ କ୍ଷମତା ରହିଛି । ମାର୍ଚ୍ଚ 16ରେ ଏହା ବିଷୟର କମ୍ପାନୀ ସୂଚନା ଦେଇଥିଲା । ଏହାର ଡିସପ୍ଲେ 2.7 ଇଞ୍ଚର ଓଏଲଇଡି କ୍ବିକ୍‌ ଭିୟୁରେ ତିଆରି । ଫୋନ ଖୋଲିଲେ 6.2 ଇଞ୍ଚର ଏକ ଫ୍ଲେକ୍ସ ଭିୟୁ ସହ 21:9ର ସିନେମା ଭର୍ସନ ଆପଣ ଦେଖିପାରିବେ ଯାହା ଫିଲ୍ମ ଇଣ୍ଡଷ୍ଟ୍ରିରେ ବ୍ୟବହାର ହୋଇଥାଏ ।

ଏହି ବିଳାସମୟ ଫୋନର 16 ମେଗାପିକ୍ସଲ ଡ୍ବାଲ କ୍ୟାମେରା ରହିଛି । ବ୍ୟାକ କ୍ୟାମେରା ଖୋଲିଲେ ଏହା ଡବଲ ହୋଇଯାଏ ଏବଂ ବନ୍ଦ କଲେ ସେଲ୍ଫି କ୍ୟାମେରା ଆପେ ଆପେ ଓପନ ହୋଇଯାଏ । ଅନ୍ଧାରରେ ଅତି କମ ଆଲୁଅରେ ଏହା ନାଇଟ ଭିଜନ ମୋଡରେ ଚତ୍ମକାର ଫଟୋ ଉଠାଇବାର କ୍ଷମତା ରଖିଛି । ଏଥିରେ ଷ୍ଟକ ଆଣ୍ଡ୍ରଏଡ 9 ପି ସଫ୍ଟୱେର ଏବଂ ମୋଟୋରୋଲୋର ଅନୂଭୂତି ମିଳିବ ବୋଲି କମ୍ପାନୀ ପ୍ରକାଶ କରିଛି ।

ABOUT THE AUTHOR

...view details