ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀଙ୍କ ପ୍ରଥମ ପସନ୍ଦ ନରେନ୍ଦ୍ର ମୋଦି

ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ଓ ଚୀନ ସୀମା ବିବାଦ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା ଅକ୍ଷୂର୍ଣ୍ଣ ରହିଛି । ଏକ ରିପୋର୍ଟ ମୁତାବକ ପରବର୍ତ୍ତୀ ପିଏମ ପଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ହିଁ ଦେଶବାସୀଙ୍କ ପ୍ରଥମ ପସନ୍ଦ ।

ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀଙ୍କ ପ୍ରଥମ ପସନ୍ଦ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀଙ୍କ ପ୍ରଥମ ପସନ୍ଦ ନରେନ୍ଦ୍ର ମୋଦି

By

Published : Aug 8, 2020, 11:47 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ଓ ଚୀନ ସୀମା ବିବାଦ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା ଅକ୍ଷୂର୍ଣ୍ଣ ରହିଛି । ବାରମ୍ବାର ଏହି ପ୍ରସଙ୍ଗ ନେଇ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ଆକ୍ରମଣ କରୁଛନ୍ତି । ତଥାପି ଦେଶବାସୀଙ୍କ ପ୍ରଥମ ପସନ୍ଦ ପିଏମ ନରେନ୍ଦ୍ର ମୋଦି ।

ନିକଟରେ ମୁଡ ଅପ ଦି ନେସନ(MOTN)ର ସର୍ଭେ ମୁତାବକ, 66 ପ୍ରତିଶତ ଲୋକ ବିଶ୍ବାସ କରନ୍ତି ଯେ, ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେବା ଉଚିତ । ମୋଦିଙ୍କ ପରେ ଦ୍ବିତୀୟ ସ୍ଥାନରେ ରାହୁଲ ଗାନ୍ଧୀଙ୍କୁ ଲୋକେ ପ୍ରଧାନମନ୍ତ୍ରୀ ରୂପରେ ଦେଖିବାକୁ ଚାହାଁନ୍ତି । ମାତ୍ର 8 ପ୍ରତିଶତ ଭୋଟ୍ ସହିତ ଦ୍ୱିତୀୟରେ ଅଛନ୍ତି ରାହୁଲ ।

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପିଏମ ପଦ ପାଇଁ ତୃତୀୟରେ ଚୟନ କରାଯାଇଛି । ଏଥିପାଇଁ 5 ପ୍ରତିଶତ ଭୋଟ ମିଳିଛି । ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପିଏମ ପଦ ପାଇଁ ଚତୁର୍ଥରେ ରହିଛନ୍ତି । ଏହି ଲିଷ୍ଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗୀ ଓ କେଜ୍ରିୱାଲ ରହିଛନ୍ତି । ଏହି ଦୁଇ ଜଣ ନେତାଙ୍କୁ 3 ପ୍ରତିଶତ ଭୋଟ ମିଳିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଙ୍କୁ ପିଏମ ପଦ ପାଇଁ 2 -2 ପ୍ରତିଶତ ମିଳିଛି ।

କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡକରୀ ଓ ରାଜନାଥ ସିଂଙ୍କ ବ୍ୟତୀତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ବହୁଜନ ସମାଜ ପାର୍ଟି ପ୍ରମୁଖ ମାୟାବତୀ ଓ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ଭଳି ନେତାମାନେ ଯେଉଁମାନେ ଆଗାମୀ ପ୍ରଧାନମନ୍ତ୍ରୀ ଭାବରେ ଲୋକ ଦେଖିବାକୁ ପସନ୍ଦ କରିଛନ୍ତି।

ଜାନୁଆରୀ 2020 ସର୍ଭେରେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ନେତା ଭାବରେ ମନୋନୀତ କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଦ ପାଇଁ କରାଯାଇଥିବା ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ 40 ପ୍ରତିଶତ ପାର୍ଥକ୍ୟ ରହିଥିଲା। 53% ଲୋକ ନରେନ୍ଦ୍ର ମୋଦୀଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଚୟନ କରିଥିବାବେଳେ କେବଳ 13% ଲୋକ କହିଛନ୍ତି ଯେ ରାହୁଲ ଗାନ୍ଧୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଉଚିତ।

ABOUT THE AUTHOR

...view details