ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସଂସଦରେ ଆଗତ ହୋଇଥିଲା ଧନ୍ୟବାଦ ପ୍ରସ୍ତାବ । ବିଜୁ ଜନତା ଦଳ ପକ୍ଷରୁ ଏନେଇ ଧନ୍ୟବାଦ ଦେଇଥିଲେ ସଂସଦୀୟ ଦଳ ନେତା ପିନାକୀ ମିଶ୍ର । ଗୃହରେ ଧନ୍ୟବାଦ ଦେବା ସମୟରେ ପିନାକୀ ରାଜ୍ୟ ପାଇଁ 5ଟି ଦାବି ଉପସ୍ଥାପନା କରିଛନ୍ତି ।
ଧନ୍ୟବାଦ ଭାଷଣରେ ପିନାକୀ ମିଶ୍ରଙ୍କ ପ୍ରମୁଖ ମୁଦ୍ଦା - ଧନ୍ୟବାଦ ଭାଷଣ
ବିଜୁ ଜନତା ଦଳ ପକ୍ଷରୁ ଲୋକସଭାରେ ଧନ୍ୟବାଦ ଦେଇଥିଲେ ସଂସଦୀୟ ଦଳ ନେତା ପିନାକୀ ମିଶ୍ର । ଗୃହରେ ଧନ୍ୟବାଦ ଦେବା ସମୟରେ ସେ ରାଜ୍ୟ ପାଇଁ 5ଟି ଦାବି ଉପସ୍ଥାପନା କରିଛନ୍ତି । ଆଗକୁ ପଢନ୍ତୁ...
Motion of Thanks
ବଙ୍ଗୋପସାଗର କୂଳରେ ଅବସ୍ଥିତ ଓଡ଼ିଶା ବାରମ୍ବାର ବିପଦକୁ ସାମ୍ନା କରୁଥିବାବେଳେ ପ୍ରତିବର୍ଷ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି । ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟ ଦେବାକୁ ଦାବି କରିଛନ୍ତି ବିଜେଡି ସଂସଦୀୟ ଦଳ ନେତା ।
ସେହିପରି ସ୍ବଛ ଇନ୍ଧନ, କୋଇଲା ରୟାଲିଟ ବୃଦ୍ଧି, କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀରେ ଓଡ଼ିଶାକୁ ସାମିଲ କରିବା, ଆଦିବାସୀ ସଂଗ୍ରହାଳୟ ରାଜ୍ୟରେ ନିର୍ମାଣ କରିବା ସହିତ ଓବିସିକୁ ଜନଗଣନାରେ ସାମିଲ କରିବାକୁ ଦାବି ରଖିଛନ୍ତି ସେ ।