ଓଡିଶା

odisha

ETV Bharat / bharat

ମାଆକୁ ପିଟିପିଟି ଦରମରା କଲା ପୁଅ

ନିଜ ଜନ୍ମ କଲା ମାଆକୁ ପିଟିପିଟି ଦରମରା କରିଛି ପୁଅ । ଘଟଣାଟି ଘଟିଛି କେରଳ ରାଜ୍ୟର ମାଭେଲିକରା ଅଞ୍ଚଳରେ । ଆଗକୁ ପଢନ୍ତୁ...

Mother was brutally beaten by son
ମାଆକୁ ପିଟିପିଟି ଦରମରା କଲା ପୁଅ

By

Published : Dec 27, 2019, 10:08 AM IST

ଥିରୁଅନନ୍ତପୁରମ: କଥାରେ ଅଛି ଏହି ଦୁନିଆରେ ମାଆ ଠାରୁ ବଡ କିଛି ନୁହେଁ । ଯେତେବେଳେ ଜଣେ ଶିଶୁ ଜନ୍ମ ନିଏ ପ୍ରଥମେ ମାଆର ସ୍ପର୍ଶ ଓ ମାଆର କୋଳ ତାକୁ ଦୁନିଆକୁ ଦେଖିବାରେ ସାହାଯ୍ୟ କରେ । ଆଉ ସେହି ମାଆ 10 ମାସ 10 ଦିନ ଗର୍ଭରେ ରଖି ଯନ୍ତ୍ରଣା ସହି ଶିଶୁକୁ ଜନ୍ମ ଦେଇଥାଏ । ଆଶା ଥାଏ ବୃଦ୍ଧା ହେବା କାଳେ ପୁଅ ପଚାରିବ ଆଉ ସେବା ଟିକିଏ କରିବ । ମାତ୍ର ଏମିତି ଏକ ଦୃଶ୍ୟ ଯାହା ସମ୍ପୂର୍ଣ୍ଣ ଓଲଟା । ନିଜ ଜନ୍ମ କଲା ମାଆକୁ ପିଟିପିଟି ଦରମରା କରିଛି ପୁଅ ।

ମାଆକୁ ପିଟିପିଟି ଦରମରା କଲା ପୁଅ

ଘଟଣାଟି ଘଟିଛି କେରଳ ରାଜ୍ୟର ମାଭେଲିକରା ଅଞ୍ଚଳରେ । ସାମାନ୍ୟ ସମ୍ପତ୍ତି ପାଇଁ ନିଜ ମାଆକୁ ପିଟିପିଟି ଲହୁଲୁହାଣ କରିଛି ପୁଅ । ସୂଚନା ଅନୁସାରେ, ପୂର୍ବତନ ମିଲିଟାରୀ ଅଫିସର ବାଲ କ୍ରିଷ୍ଣନ ନାୟର ଘର ଡିହ ସମ୍ପତ୍ତି ପାଇଁ ନିଜ ମାଆ ଭବାନୀୟାମାଙ୍କୁ ପିଟିଥିଲେ ।

ଯାହାଫଳରେ ବୃଦ୍ଧା ଭବାନୀୟାମାଙ୍କ ଉଭୟ ହାତରେ ରକ୍ତ ଜମାଟ ବାନ୍ଧିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୁକ୍ତ ପୁଅକୁ ନୁରନାନ୍ଦ ପୋଲିସ ଗିରଫ କରିଛି । କେବଳ ମାଡ ନୁହେଁ ଜୀବନରୁ ମାରିଦେବାକୁ ବି ପୁଅ ଉଦ୍ୟମ କରିଥିବା ବୃଦ୍ଧା ଭବାନୀୟାମା ନିଜ ବୟାନରେ କହିଛନ୍ତି ।

ABOUT THE AUTHOR

...view details