ନୂଆଦିଲ୍ଲୀ: ସେ ଥିଲେ "ଶାନ୍ତିର ଦୂତ" । ମାନବ ସମାଜରେ ଶାନ୍ତି ପ୍ରତିଷ୍ଠାର ବାର୍ତ୍ତା ନେଇ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ ଅନ୍ୟର ସେବାରେ । ଆଉ ମାନବ ସେବାକୁ ମାଧବ ସେବା ମଣି ସେ ଅତି ନିଷ୍ଠାର ସହ ସାରା ଜୀବନ ଏହି ବ୍ରତକୁ ପାଳନ କରିଥିଲେ । ଏହି ମହାନ ସମାଜ ସେବୀ ଓ ମହିୟସୀ ମହିଳା ମଦର ଟେରେସାଙ୍କ ଆଜି ହେଉଛି 110ତମ ଜନ୍ମ ଜୟନ୍ତୀ । ତାଙ୍କର ଏହି ନିସ୍ୱାର୍ଥପର ସେବା ଓ ଶାନ୍ତି ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା ।
ଗରିବ ଓ ଅନାଥଙ୍କ ସେବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ମଦର ଟେରେସାଙ୍କୁ 1979 ମସିହାରେ ନୋବେଲ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । 26 ଅଗଷ୍ଟ, 1910 ମସିହାରେ ମେସିଡୋନିୟାର ସ୍କୋପଜେ ସହରରେ ମଦର ଟେରେସା ଜନ୍ମଗ୍ରହଣ କରିଥିଲେ । ଏକ କ୍ୟାଥେଲିକ ସମ୍ପ୍ରଦାୟରେ ଜନ୍ମ ହୋଇଥିବାବେଳେ ମଦର ଟେରେସା ସାରା ଜୀବନ ଗରିବ ଓ ଅବହେଳିତଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ ।
ସେ 1992 ମସିହାରେ ଭାରତକୁ ଆସିଥିଲେ । ଆଉ ତାଙ୍କୁ 1948 ମସିହାରେ ଭାରତ ନାଗରିକତାର ଅଧିକାର ମିଳିଥିଲା । ଚାଲନ୍ତୁ ତାଙ୍କର ଏହି ତନ୍ମତିଥିରେ ଚିରସ୍ମରଣୀୟ ସୁନ୍ଦର ବିଚାରଧାରା ଉପରେ ଜାଣିବା, ଯାହା ଆମର ମଣିଷ ସମାଜକୁ ଏକ ନୂଆ ରାସ୍ତା ଦେଖାଇବା ସହ ମାନବ ଜନ୍ମ ସାର୍ଥକତା ପ୍ରଦାନ କରିବ ।
- ଯଦି ତୁମେ ଲୋକମାନଙ୍କ ସବୁ କଥାରେ ଖୁଣ ବାହାର କରିବ, ତେବେ ସେମାନଙ୍କୁ ଭଲ ପାଇବା ପାଇଁ ତୁମର ସମୟ ନାହିଁ ।
- ସବୁବେଳେ ଛୋଟ ଛୋଟ କଥାରେ ବିଶ୍ବାସ କରିବା ଶିଖନ୍ତୁ । କାରଣ ଏଭଳି କରିବା ଦ୍ବାରା ଆପଣଙ୍କୁ ଶାନ୍ତି ମିଳିବ ଏବଂ ଏହି ବିଶ୍ବାସ ପରମୂହୁର୍ତ୍ତରେ ଆପଣଙ୍କୁ ଆଗକୁ ବଢିବାରେ ସହାୟକ ହେବ।