ଓଡିଶା

odisha

By

Published : Jul 22, 2020, 8:20 PM IST

ETV Bharat / bharat

ଦ୍ବିତୀୟ ପୁଅକୁ ଆତ୍ମସମର୍ପଣ ପାଇଁ ଗୁହାରି କଲେ ବିକାଶ ଦୁବେର ମା'

ବିକାଶ ଦୁବେଙ୍କ ମା' ସରଳା ଦେବୀ ରାଜଧାନୀ ଲକ୍ଷ୍ନୌର କୃଷ୍ଣ ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଇନ୍ଦ୍ରଲୋକ କଲୋନୀରେ ରୁହନ୍ତି। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, ପୋଲିସ ତାଙ୍କ ପୁଅ ଉପରେ 20 ହଜାର ପୁରସ୍କାର ଘୋଷଣା କରିଛି, ସେତେବେଳେ ସେ ଭୟଭୀତ ହୋଇପଡ଼ିଛନ୍ତି । ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ତାଙ୍କ ପୁଅକୁ ନିବେଦନ କରିଛନ୍ତି ।

ବିକାଶ ଦୁବେଙ୍କ ମା' କରିଲେ ଦ୍ବିତୀୟ ପୁଅକୁ ଆତ୍ମସମର୍ପଣ ପାଇଁ ଗୁହାରି
ବିକାଶ ଦୁବେଙ୍କ ମା' କରିଲେ ଦ୍ବିତୀୟ ପୁଅକୁ ଆତ୍ମସମର୍ପଣ ପାଇଁ ଗୁହାରି

କାନପୁର: କାନପୁରର ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ପୋଲିସ ଉପରେ ଆକ୍ରମଣ ପର ଠାରୁ ଭାଇ ଦୀପ ପ୍ରକାଶ ଦୁବେ ଫେରାର ରହିଛି । ବିକାଶ ଦୁବେର ଏନକାଉଣ୍ଟର କରି, ତାର ଅପରାଧୀ ସାମ୍ରାଜ୍ୟରେ ସମ୍ପୃକ୍ତ ଜଣ ଜଣକୁ ଖୋଜୁଛି ୟୁପି ପୋଲିସ । ଏପରିସ୍ଥଳେ ଦୀପ ପ୍ରକାଶକୁ ଖୋଜୁଛି ପୋଲିସ । ଦୀପ ପ୍ରକାଶ ଉପରେ 20ହଜାର ପୁରସ୍କାର ରାଶି ରହିଛି । ଏବେ ପୋଲିସ ହାତରେ ଧରାପଡିନି ଦୀପ ଦୁବେ । ଏହା ଭିତରେ ବିକାଶ ଦୁବେର ମା' ସରଳା ଦେବୀ ଏକ ଭିଡିଓ ଜାରି କରି ନିଜ ଦ୍ବିତୀୟ ପୁଅଙ୍କୁ ପୋଲିସ ପାଖରେ ଆତ୍ମସମର୍ପଣ କରିବା ପାଇଁ ଗୁହାରି କରିଛନ୍ତି ।

ବିକାଶ ଦୁବେଙ୍କ ମା' କରିଲେ ଦ୍ବିତୀୟ ପୁଅକୁ ଆତ୍ମସମର୍ପଣ ପାଇଁ ଗୁହାରି

କାନପୁରରେ ଏନକାଉଣ୍ଟରରେ 8 ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ବିକାଶ ଦୁବେଙ୍କ ମା' ସରଳା ଦେବୀ ରାଜଧାନୀ ଲକ୍ଷ୍ନୌର କୃଷ୍ଣ ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଇନ୍ଦ୍ରଲୋକ କଲୋନୀରେ ରୁହନ୍ତି। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, ପୋଲିସ ତାଙ୍କ ପୁଅ ଉପରେ 20 ହଜାର ପୁରସ୍କାର ଘୋଷଣା କରିଛି, ସେତେବେଳେ ସେ ଭୟଭୀତ ହୋଇପଡ଼ିଛନ୍ତି । ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ତାଙ୍କ ପୁଅକୁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଜୁଲାଇ 2 ରେ କାନପୁରରେ ଘଟିଥିବା ଘଟଣା ପରଠାରୁ ଦୀପ ପ୍ରକାଶ ଦୁବେ ଫେରାର ରହିଛି ।

ABOUT THE AUTHOR

...view details