ବେଙ୍ଗାଲୁରୁ: ମା ସାଜିଲା ପିଶାଚୀ । ଯେଉଁ ହାତରେ ଛୋଟରୁ ବଡ କରିଥିଲା ସେହି ହାତରେ ନିଜ 6 ବର୍ଷର ପୁଅକୁ ହତ୍ୟା କରିଛି ମାଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ବେଙ୍ଗାଲୁରୁର ଆରଆର ନଗରରେ ।
26 ବର୍ଷୀୟ ଦେବୀ ନାମକ ମହିଳା ରାଜସ୍ଥାନର ନିବାସୀ ଅଟନ୍ତି । ତାଙ୍କର ଏକ 6 ବର୍ଷର ପୁଅ ମନୀଷ ଥିଲା । ସେମାନେ ଆର.ଆର ନଗର ପୋଲିସ ଷ୍ଟେସନର ପାଟାନାଗେର ଅଞ୍ଚଳରେ ରହୁଥିଲେ। ତେବେ ଦେବୀ ମାଇଗ୍ରେନରେ ପୀଡିତ ଥିଲେ । ରବିବାର ପୁଅ ମନୀଷ ଦେବୀଙ୍କୁ ହଇରାଣ ହରକତ କରିବା ସହ 2 ବର୍ଷର ଭାଇକୁ ମାରିଥିଲା । ଏଥିରେ ଦେବୀ ରାଗିଯାଇ ମନିଷକୁ ତକିଆ ଚାପି ହତ୍ୟା କରିଥିଲେ ।