ଲକ୍ଷ୍ନୌ: ନିକଟରେ ଉତ୍ତର ପ୍ରଦେଶ ଭଦୋହିରେ ଜଣେ ମହିଳା ନିଜ ପାଞ୍ଚ ପିଲାଙ୍କୁ ନଦୀରେ ଫିଙ୍ଗି ଦେବା ଘଟଣା ଚର୍ଚ୍ଚାକୁ ଆସିଛି । ତେବେ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ମହିଳା ଜଣଙ୍କ ଏଭଳି କାଣ୍ଡ କରିଥିବା ବାରାଣାସୀ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ।
ଜାହିରା ମଞ୍ଜୁ ନାମକ ମହିଳା ଏବଂ ତାଙ୍କ ସ୍ୱାମୀ ମୁନ୍ନାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ବାମୀ ତାଙ୍କ ଘର ଚଳିବା ପାଇଁ ଟଙ୍କା ଦେଉନଥିବା ବେଳେ ତାଙ୍କୁ ମାଡ ମାରୁଛନ୍ତି । ତେବେ ଉକ୍ତ ଘଟଣା ଦିନ ମୁନ୍ନା ବାହାରକୁ ଯାଇଥିବା ସମୟରେ ରାତିରେ ମହିଳା ଜଣଙ୍କ ନିଜ 5 ପିଲାଙ୍କୁ ନେଇ ନଦୀରେ ଫିଙ୍ଗିବା ସହ ନିଜେ ନଦୀକୁ ଡେଇଁ ପଡିଥିଲେ । ପରେ ସେ ନଦୀରେ ପହଁରୀ ଆସି ଘରକୁ ଫେରି ତାଙ୍କ ଶାଶୁଙ୍କୁ ଜଣାଇଥିଲେ ।