ଓଡିଶା

odisha

ETV Bharat / bharat

ପୁଅ କୋରୋନା ଆକ୍ରାନ୍ତ ଶୁଣି ହୃଦଘାତରେ ମା’ ର ମୃତ୍ୟୁ

ପୁଅ କୋରୋନା ଆକ୍ରାନ୍ତ ଶୁଣି ହୃଦଘାତରେ ମା’ର ମୃତ୍ୟୁ ଘଟିଛି। ଏହି ଘଟଣାଟି ବାଗଲକୋଟ ଜିଲ୍ଲାର ଜାମଖଣ୍ଡୀ ତାଲୁକରେ ଦେଖିବାକୁ ମିଳିଛି।

son testing Corona Positive
ପୁଅ କୋରୋନା ଆକ୍ରାନ୍ତ ଶୁଣି ମାର ହୃଦଘାତରେ ମୃତ୍ୟୁ

By

Published : Apr 19, 2020, 1:12 PM IST

ବେଙ୍ଗାଲୁର: ଦେଶରେ ଜାରି ରହିଛି କୋରୋନା କର୍ଫ୍ୟୁ। ଏହି ମହାମାରୀର ପ୍ରକୋପରେ ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି। ତେବେ ପୁଅ କୋରୋନା ଆକ୍ରାନ୍ତ ଶୁଣି ହୃଦଘାତରେ ମା’ର ମୃତ୍ୟୁ ଘଟିଛି। ଏହି ଘଟଣାଟି ବାଗଲକୋଟ ଜିଲ୍ଲାର ଜାମଖଣ୍ଡୀ ତାଲୁକରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ 70 ବର୍ଷ ବୟସ୍କା ମା’ ଙ୍କର ହୃଦଘାତରେ ଶନିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ଜାମଖଣ୍ଡୀ ତାଲୁକ ଡାକ୍ତରମାନେ ଏକ ବିବୃତ୍ତିରେ କହିଛନ୍ତି ଯେ ମୃତ ମହିଳାଙ୍କ ପାଖରେ କୋଭିଡ 19ର କୌଣସି ଲକ୍ଷଣ ଜଣାପଡି ନାହିଁ।

ଏହାସହ ସେ ପୂର୍ବରୁ ହୃଦ୍‌ରୋଗରେ ପୀଡିତ ଥିଲେ। ତେବେ ପୁଅ ପାଖରେ ଏହି ମହାମାରୀ ଲକ୍ଷଣ ବିଷୟରେ ଶୁଣିବା ପରେ ତାଙ୍କ ମୃତ୍ୟୁ ଘଟିଛି। ଏହାସହ ଜିଲ୍ଲା କୋଭିଡ -19 ପ୍ରୋଟୋକଲ ଅନୁଯାୟୀ ସମସ୍ତ ଅନ୍ତିମ ସଂସ୍କାର ଶେଷ ହେବ।

ABOUT THE AUTHOR

...view details