ହାଇଦ୍ରାବାଦ: ସିଏଏକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ହେଲେ ଏହି ଆଇନକୁ ନେଇ ଶରଣାର୍ଥୀଙ୍କ ମଧ୍ୟରେ ଖୁସୀର ସୀମା ନାହିଁ। ରାଜ୍ୟସଭାରେ ନାଗରିକତା ସଂଶୋଧନ ଆଇନ ପାରିତ ହେବା ଦିନ ଦିଲ୍ଲୀର ମଜନୁଟୀଲାରେ ଜନ୍ମ ନେଇ ଥିବା ନିଜର ଦୁଇ ଦିନର ଶିଶୁକନ୍ୟାର ନାମ 'ନାଗରିକତା' ରଖି ଦେଇଥିଲେ ହିନ୍ଦୁ ଶରଣାର୍ଥୀ ପରିବାର। ଦେଶର ରାଜଧାନୀ ଦିଲ୍ଲୀର ରାମଲୀଳା ମୈଦାନରୁ ସେହି ଶିଶୁକନ୍ୟାର ନାଁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ସେପଟେ ମଜନୁଟୀଲାରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ନିଜ ଝିଅର ନାଁ ଶୁଣି ଖୁସିରେ ଝୁମି ଉଠିଥିଲେ ସେହି ହିନ୍ଦୁ ପାକିସ୍ତାନୀ ଶରଣାର୍ଥୀ ପରିବାର।
ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଝିଅ 'ନାଗରିକତା' ନାଁ, ଖୁସିରେ ଝୁମିଲେ ପରିବାର - ମୋଦିଙ୍କ ମୁହଁରେ 'ନାଗରିକତା'
ମୋଦିଙ୍କ ମୁହଁରେ ଦିଲ୍ଲୀର ମଜନୁଟୀଲାରେ ଜନ୍ମିତ ହିନ୍ଦୁ ଶରଣାର୍ଥୀ ଶିଶୁକନ୍ୟା 'ନାଗରିକତା'ର ନାଁ। ପ୍ରଧାନମନ୍ତ୍ରୀ ରାଲିରେ ଝିଅର ନାଁ ନେଇଥିବାରୁ ଖୁସିରେ ଝୁମିଲେ ପରିବାର। କହିଲେ ଆମ ଭାଗ୍ୟ ଖୋଲିଗଲା। ଅଧିକ ପଢନ୍ତୁ...
![ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଝିଅ 'ନାଗରିକତା' ନାଁ, ଖୁସିରେ ଝୁମିଲେ ପରିବାର 'ନାଗରିକତା'](https://etvbharatimages.akamaized.net/etvbharat/prod-images/768-512-5458161-thumbnail-3x2-nagarikata.jpg)
ନବଜାତ ଶିଶୁକନ୍ୟା 'ନାଗରିକତା'ର ମାଆ ନିଜର ଖୁସି ଜାହିର କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆମ ଝିଅର ନାଁ ନେଇଛନ୍ତି, ଆମର ଭାଗ୍ୟ ଖୋଲିଯାଇଛି। ଘରେ ଲକ୍ଷ୍ମୀ ଜନ୍ମ ନେଇଛି। ଏବେ ଆମ ନାଗରିକତାର ଜୀବନ ସୁଖୀ ହେବା ସହ ବିଜୁଳି ଓ ପାଣି ମଧ୍ୟ ମିଳିପାରିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ଦେଶରେ ଆଇନକୁ ନେଇ ଚାଲିଥିବା ପ୍ରଦର୍ଶନରେ ଦୁଃଖ ବ୍ୟକ୍ତ କରିଛନ୍ତି ନାଗରିକତାର ମାଆ। ଶରଣାର୍ଥୀଙ୍କୁ ନାଗରିକତା ମିଳୁଥିବା ବେଳେ ଏହାର ବିରୋଧ କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । ନାଗରିକତାର ମାଆ କହିଛନ୍ତି ଯେ ପାକିସ୍ତାନରେ ଆମକୁ ଶୋଷଣ କରାଯାଉଥିଲା, କିନ୍ତୁ ଭାରତରେ ଏବେ ଆମକୁ ସମ୍ମାନ ମିଳିବ । ସେହିପରି ଶିଶୁକନ୍ୟା ନାଗରିକତାର ଜେଜେବାପା ମଧ୍ୟ ଖୁସି ଜାହିର କରିବା ବେଳେ ମୋଦିଙ୍କ ରାମଲୀଳା ମୈଦାନ ଭାଷଣ ପରେ ଏବେ ଆଉ ବିରୋଧ ପ୍ରଦର୍ଶନ ହେବ ନାହିଁ ବୋଲି ଆଶା ବ୍ୟକ୍ତ କରିଛନ୍ତି।