ଓଡିଶା

odisha

ETV Bharat / bharat

ମଥୁରାରେ ପହଁଞ୍ଚିଲା କୋ-ପାଇଲଟ ଅଖିଳେଶଙ୍କ ମରଶରୀର, କାନ୍ଦ ବୋବାଳିରେ ଫାଟୁଛି ଗାଁ - co-pilot Akhilesh Kumar

କୋ ପାଇଲଟ୍ ଅଖିଳେଶଙ୍କ ମରଶରୀର ତାଙ୍କ ଜନ୍ମମାଟି ମଥୁରାରେ ରବିବାର ପହଁଞ୍ଚି ସାରିଛି। ଗ୍ରାମରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହେବା ସହ ପରିବାର ଲୋକ ଓ ସମସ୍ତେ ଦୁଃଖରେ ଭାଙ୍ଗି ପଡିଥିଲେ। ତେବେ ଏହା ଭିତରେ ଏକ ବଡ କଥା ହେଉଛି ମୃତ ଅଖିଳେଶ କୁମାରଙ୍କ ପତ୍ନୀ ଗର୍ଭବତୀ ଥିଲେ।

ମଥୁରାରେ ପହଁଞ୍ଚିଲା ଅଖିଳେଶଙ୍କ ମରଶରୀର, କାନ୍ଦବୋବାଳିରେ ପାଟୁଛି ଗାଁ
ମଥୁରାରେ ପହଁଞ୍ଚିଲା ଅଖିଳେଶଙ୍କ ମରଶରୀର, କାନ୍ଦବୋବାଳିରେ ପାଟୁଛି ଗାଁ

By

Published : Aug 9, 2020, 9:00 AM IST

ମଥୁରା: କୋ ପାଇଲଟ୍ ଅଖିଳେଶଙ୍କ ମରଶରୀର ତାଙ୍କ ଜନ୍ମମାଟି ମଥୁରାରେ ରବିବାର ପହଁଞ୍ଚି ସାରିଛି। ଗ୍ରାମରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହେବା ସହ ପରିବାର ଲୋକ ଓ ସମସ୍ତେ ଦୁଃଖରେ ଭାଙ୍ଗି ପଡିଥିଲେ। ତେବେ ଏହା ଭିତରେ ଏକ ବଡ କଥା ହେଉଛି ମୃତ ଅଖିଳେଶ କୁମାରଙ୍କ ପତ୍ନୀ ଗର୍ଭବତୀ ଥିଲେ। ଏହି 10 -15 ଦିନ ଭିତରେ ତାଙ୍କ ସ୍ତ୍ରୀ ପ୍ରସବ ଆଶା କରାଯାଉଥିବା ବେଳେ ବାପା ହେବା ସୌଭାଗ୍ୟରୁ ବଞ୍ଚିତ ହୋଇ ସମସ୍ତଙ୍କୁ ଏକାକରି ଅଖିଳେଶ ଚାଲିଗଲେ ବୋଲି ସମ୍ପର୍କୀୟ ବାସୁଦେବ କହିଛନ୍ତି।

ମଥୁରାରେ ପହଁଞ୍ଚିଲା ଅଖିଳେଶଙ୍କ ମରଶରୀର, କାନ୍ଦବୋବାଳିରେ ପାଟୁଛି ଗାଁ

ଅଖିଳେଶଙ୍କ ସମ୍ପର୍କୀୟ ବାସୁଦେବ କହିଛନ୍ତି ଯେ, ସେ କୋରୋନାଭାଇରସ୍ ଲକଡାଉନ୍ ପୂର୍ବରୁ ଶେଷ ଥର ପାଇଁ ଘରକୁ ଆସିଥିଲେ। "ସେ ଜଣେ ଅତି ନମ୍ର, ଭଦ୍ର ଏବଂ ଭଲ ଆଚରଣକାରୀ ବ୍ୟକ୍ତି ଥିଲେ। ସେ 2017 ରେ ଏୟାର ଇଣ୍ଡିଆରେ ଯୋଗ ଦେଇଥିବା ବେଳେ ଡିସେମ୍ବର 2018 ରେ ବିବାହ କରିଥିଲେ।" ତେବେ ଏତେ ଶୀଘ୍ର ଅଖିଳେଶ ଆମକୁ ଛାଡିଯାଇଛି ବୋଲି ବିଶ୍ବାସ କରି ହେଉନି। ଏହି ଘଟଣା ଶୁଣିବା ପରେ ଅଖିଳେଶଙ୍କ ପିତାଙ୍କ ଅବସ୍ଥା ଗୁରୁତର ଅଛି।

ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ସନ୍ଧ୍ୟାରେ କେରଳ କୋଝିକୋଡ ଏୟାରପୋର୍ଟରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା । ଦୁର୍ଘଟଣାରେ ପାଇଲଟ ଏବଂ କୋ-ପାଇଲଟଙ୍କ ସମେତ 18 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାକୁ ଟାଳିବା ପାଇଁ 2 ପାଇଲଟ ସମସ୍ତ ଶକ୍ତି ସାମର୍ଥ୍ୟ ଲଗାଇଥିଲେ । ଡିଜିସିଏ ରିପୋର୍ଟ ମୁତାବକ, ପାଇଲଟ 2 ଥର ବିମାନ ଅବତରଣ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ତୃତୀୟ ଥର ଉଦ୍ୟମ କଲାବେଳେ ଏହି ଦୁର୍ଘଟଣା ଘଟିଲା ।

କ୍ୟାପଟେନ ଅଖିଳେଶ ଓ ଦୀପକ ସାଠେ 2 ଜଣ ଦେଶର ଶ୍ରେଷ୍ଠ ପାଇଲଟ ମଧ୍ୟରେ ଆସୁଥିଲେ । ଯାହାଙ୍କର ଲମ୍ବା ଅନୁଭବ ଥିଲା । ହେଲେ ଏହି ଦୁଃଖଦ ଦୁର୍ଘଟଣାରେ ଉଭୟେ ଜୀବନ ହରାଇଛନ୍ତି ।

ABOUT THE AUTHOR

...view details