ଓଡିଶା

odisha

ETV Bharat / bharat

ମେଘାଳୟ ବନ୍ୟା ସ୍ଥିତି ସଙ୍ଗାନ, 89000 ଲୋକ ପ୍ରଭାବିତ - ମେଘାଳୟ ବନ୍ୟା

ଆସାମ ପରେ ଏବେ ମେଘାଳୟରେ ବନ୍ୟା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ମେଘାଳୟ ପଶ୍ଚିମ ହିଲ୍ସ ଜିଲ୍ଲାରେ ପାଖାପାଖି 89 ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

_flood
ମେଘାଳୟ ବନ୍ୟା ସ୍ଥିତି ସଙ୍ଗାନ

By

Published : Jul 15, 2020, 10:37 AM IST

ସିଲଂ: କୋରୋନା ମହାମାରୀ ମଧ୍ୟରେ ପ୍ରାକୃତିକ ବିର୍ପଯ୍ୟୟ ବନ୍ୟା ଏବଂ ଭୂମିକମ୍ପ ଦେଶରେ ଆଉ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଆସାମ ପରେ ଏବେ ମେଘାଳୟରେ ବନ୍ୟା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ମେଘାଳୟ ପଶ୍ଚିମ ହିଲ୍ସ ଜିଲ୍ଲାରେ ପାଖାପାଖି 89 ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

ଜିଲ୍ଲାର ବହୁ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ତିକରୀକିଲ୍ଲା, ଦେମଦମା ଏବଂ ସେଲସେଲା ଅଞ୍ଚଳ ସ୍ଥିତି ଗମ୍ଭୀର ରହିଥିବା ଅଧିକାରୀ କହିଛନ୍ତି ।

ପଶ୍ଚିମ ଗାରୋ ଡେପୁଟି କମିଶନରଙ୍କ କହିବା ଅନୁଯାୟୀ, ବନ୍ୟାରେ ତିକରୀକିଲ୍ଲା, ଦେମଦମା ଏବଂ ସେଲସେଲା ଅଞ୍ଚଳ ସ୍ଥିତି ଗମ୍ଭୀର ରହିଛି । ବନ୍ୟାରେ ପାଖାପାଖି 16400 ଘର ଏବଂ 89000 ଲୋକ ପ୍ରଭାବିତ ହୋଇଛନ୍ତି । ଲୋକଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଉଛି । ଏପଟେ ତିକରୀକିଲ୍ଲା, ଦେମଦମା ଏବଂ ସେଲସେଲାର ଜଳସ୍ଥର ବୃଦ୍ଧି ହେବା ନେଇ ସୂଚନା ମିଳିଛି ।

ABOUT THE AUTHOR

...view details