ପାଟନା: ଧୀରେଧୀରେସୁଧୁରିବାରେ ଲାଗିଛି ବିହାର ବନ୍ୟା ସ୍ଥିତି । ହେଲେ ଏବେବି ଜଳବନ୍ଦୀରେ ରହିଛି ରାଜ୍ୟର 16ଟି ଜିଲ୍ଲା । 16 ଜିଲ୍ଲାର 83.62 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । 1333 ପଞ୍ଚାୟତର 130 ବ୍ଲକ ପ୍ରଭାବିତ ହୋଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ 174 କମ୍ୟୁନିଟି କିଚେନରେ 1.38 ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉ ଥିଲା । ଏହା ହ୍ରାସ ପାଇଛି । ଏବେ 1.60 ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି ।
ବିହାର ବନ୍ୟା ସ୍ଥିତି: ଏବେବି 16 ଜିଲ୍ଲାର 83.62 ଲକ୍ଷ ଲୋକେ ଜଳବନ୍ଦୀ - ସୁଧୁରୁଛି ବିହାରର ବନ୍ୟା ସ୍ଥିତି
ବିହାରର ବନ୍ୟା ସ୍ଥିତି । 16 ଜିଲ୍ଲାର 83.62 ଲକ୍ଷ ଲୋକେ ପ୍ରଭାବିତ । 6ଟି ରିଲିଫ କେନ୍ଦ୍ରରେ 5,186 ଲୋକେ ନେଇଛନ୍ତି ଆଶ୍ରୟ। ଅଧିକ ପଢନ୍ତୁ...
ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା 27ରେ ପହଞ୍ଚିଛି । ଦରଭଙ୍ଗା ଜିଲ୍ଲାରେ 11 ଜଣଙ୍କ ଜୀବନ ଯାଇଥିବା ବେଳେ ମୁଜାଫରପୁରରେ 6, ପଶ୍ଚିମ ଚମ୍ପରଣରେ 4 , ସାରଣ , ସିଓ୍ବାନ ଓ ଖଗରିଆରେ 2 ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ରାଜ୍ୟରେ 6ଟି ରିଲିଫ କେନ୍ଦ୍ରରେ 5,186 ଲୋକେ ଆଶ୍ରୟ ନେଇଛନ୍ତି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବୁଲେଟିନ ଜାରି କରାଯାଇଛି । ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଦଳର 26ଟି ଟିମ 5.50 ଲୋକଙ୍କୁ ଉଦ୍ଧାର କରିଛନ୍ତି ।ଗଙ୍ଗା ନଦୀ ରାଜ୍ୟର ଗାନ୍ଧୀ ଘାଟ , ହାତିଦାହ ଏବଂ ଭାଗଲପୁର ଜିଲ୍ଲାର କାହଲଗାଓଁରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।