ଓଡିଶା

odisha

ETV Bharat / bharat

‘2 ବର୍ଷରେ 863 ହିନ୍ଦୁ ମାଗିଛନ୍ତି ଧର୍ମ ପରିବର୍ତ୍ତନର ଅନୁମତି’ - muslims

ଗୁଜୁରାଟ ବିଧାନସଭାର ବଜେଟ ଅଧିବେଶନର ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଧର୍ମ ପରିବର୍ତ୍ତନ ପାଇଁ ଆସିଥିବା ତାଲିକା ଉପସ୍ଥାପନ କରିଥିଲେ ।

ଫାଇଲ ଫଟୋ

By

Published : Jul 3, 2019, 9:13 AM IST

Updated : Jul 3, 2019, 9:23 AM IST

ଗାନ୍ଧୀନଗର: ଗତ ଦୁଇ ବର୍ଷ ମଧ୍ୟରେ 863 ଜଣ ହିନ୍ଦୁ ଏବଂ 35 ଜଣ ମୁସଲମାନଙ୍କ ସମେତ 911 ଲୋକେ ଧର୍ମ ପରିବର୍ତ୍ତନ ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ମାଗିଛନ୍ତି । ମଙ୍ଗଳବାର ବିଧାନସଭାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏଭଳି କିଛି ସୂଚନା ଦେଇଛନ୍ତି ।

ବାଜୟ ରୁପାନୀ କହିଛନ୍ତି, 911 ଜଣଙ୍କ ମଧ୍ୟରୁ 689 ଲୋକଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଅନୁମତି ଦିଆଯାଇଛି । ସୂଚନା ଥାଉକି ମଙ୍ଗଳବାର ଗୁଜୁରାଟ ବିଧାନସଭାର ବଜେଟ ଅଧିବେଶନର ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ଏଠାରେ କଂଗ୍ରେସ ବିଧାୟକ ଗୃହ ବିଭାଗଠାରୁ ଧର୍ମ ପରିବର୍ତ୍ତନ ପାଇଁ ଆବେଦନ କରିଥିବା ଲୋକଙ୍କର ତାଲିକା ମାଗିଥିଲେ । ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଥିଲେ ।

ସେପଟେ ଧର୍ମ ପରିବର୍ତ୍ତନ ବିଷୟରେ ଆଲୋଚନା କରାଗଲେ ଏହା ଏକ ସବୁଠାରୁ ବଡ଼ ମୁଦ୍ଦା । ରୁପାନୀ କହିଛନ୍ତି 911 ଆବେଦନ ପତ୍ର ମଧ୍ୟରୁ ହିନ୍ଦୁର 863, ମୁସଲମାନର 35, ଇସାଇର 11, ଖୋଜାର 1 ଏବଂ ବୌଦ୍ଧ ଧର୍ମର ଜଣଙ୍କର ଆବେଦନ ପତ୍ର ମିଳିଛି । ଏଠାରେ ହନ୍ଦୁ ଧର୍ମର ଅଧିକାଂଶ ଲୋକେ ଧର୍ମ ପରିବର୍ତ୍ତନ କରିବାକୁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ସୁରତ ଜିଲ୍ଲାର ଅଧିକ ଲୋକ ଧର୍ମ ପରିବର୍ତ୍ତନ ପାଇଁ ଆବେଦନ କରିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Last Updated : Jul 3, 2019, 9:23 AM IST

ABOUT THE AUTHOR

...view details