ଓଡିଶା

odisha

ଲକଡାଉନ ଉଲ୍ଲଙ୍ଘନ: ମହାରାଷ୍ଟ୍ରରେ 60 ହଜାର ମାମଲା ରୁଜୁ

ମାର୍ଚ୍ଚ 22ରୁ ପ୍ରଥମ ଲକଡାଉନ ଲାଗୁଠାରୁ ଆଜି ଯାଏଁ ରାଜ୍ୟରେ ମୋଟ 60 ହଜାର 5ଟି କେସ ରୁଜୁ ହୋଇଛି । କଟକଣା ଉଲ୍ଲଙ୍ଘନ କରି 13 ହଜାର 381 ଲୋକ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Apr 22, 2020, 6:56 AM IST

Published : Apr 22, 2020, 6:56 AM IST

ଲକଡାଉନ ଉଲ୍ଲଙ୍ଘନ: ମହାରାଷ୍ଟ୍ରରେ 60 ହଜାର ମାମଲା ରୁଜୁ
ଲକଡାଉନ ଉଲ୍ଲଙ୍ଘନ: ମହାରାଷ୍ଟ୍ରରେ 60 ହଜାର ମାମଲା ରୁଜୁ

ମୁମ୍ବାଇ: ଲୋକଙ୍କ ସୁରକ୍ଷା ପାଇଁ ସରକାର ଲକଡାଉନ ଲାଗୁ କରିଛନ୍ତି । କିନ୍ତୁ ଏହାକୁ ଉଲ୍ଲଙ୍ଘନ କରି ସରକାରଙ୍କ ନିୟମ ଭାଙ୍ଗିବା ଲୋକଙ୍କର ଅଭ୍ୟାସ ପାଲଟିଛି । ଦେଶରେ ଏବେ ଯାଏଁ ଅପରାଧ ମାମଲା ଅଧିକ ରୁଜୁ ହୋଇନଥିବାବେଳେ ଲକଡାଉନ ଉଲ୍ଲଙ୍ଘନର ମାମଲା ମାତ୍ରାଧିକ ହୋଇଛି ।

ଏଥିରେ ଆଗରେ ରହିଛି ମହାରାଷ୍ଟ୍ର । ମାର୍ଚ୍ଚ 22ରୁ ପ୍ରଥମ ଲକଡାଉନ ଲାଗୁଠାରୁ ଆଜି ଯାଏଁ ରାଜ୍ୟରେ ମୋଟ 60 ହଜାର 5ଟି କେସ ରୁଜୁ ହୋଇଛି । ଆଇପିସିର ଧାରା 188 ଅଧୀନରେ ଏହି ମାମଲା ଲକଡାଉନ ନିୟମ ଭାଙ୍ଗିବା ଅଭିଯୋଗରେ ରୁଜୁ ହୋଇଛି । ସେହିପରି ପୋଲିସକୁ ଅସଦାଚରଣ କରି 411 ଜଣ ଗିରଫ ହୋଇଛନ୍ତି ବୋଲି ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛି ।

ମାର୍ଚ୍ଚ 22ରୁ ଆଜି ଯାଏଁ କଟକଣା ଉଲ୍ଲଙ୍ଘନ କରି 13 ହଜାର 381 ଲୋକ ଗିରଫ ହୋଇଛନ୍ତି । ମୋଟ 41 ହଜାର 768ଟି ବାଇକ ମଧ୍ୟ ଏହି ସମୟରେ ସିଜ ହୋଇଛି । ଏମାନେ ସମସ୍ତେ ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହିପରି ଏବେ ଯାଏଁ ରାଜ୍ୟରେ ମୋଟ 11 ଜଣ ପୋଲିସ ଅଫିସର ଓ 38 ଜଣ ପୋଲିସ କର୍ମୀ କୋଭିଡ 19 ପଜିଟିଭ ଥିବା ମହାରାଷ୍ଟ୍ର ପୋଲିସ କହିଛି ।

ସୌଜନ୍ୟ@ANI

ABOUT THE AUTHOR

...view details