ଓଡିଶା

odisha

By

Published : Sep 19, 2019, 11:06 AM IST

ETV Bharat / bharat

'ହାୱଡି ମୋଦି' ପାଇଁ ଉତ୍ସାହିତ ଲୋକେ, 50 ହଜାର ଟପିଲା ରେଜିଷ୍ଟ୍ରେସନ

ଆମେରିକାର ହୋଷ୍ଟନ ସହରର ଏନାରାଜି ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ‘ହାୱଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ 50 ହଜାରରୁ ଊର୍ଦ୍ଧ୍ବ ଭାରତୀୟ ରେଜିଷ୍ଟ୍ରେସନ କରିଛନ୍ତି । ଏହି ଷ୍ଟାଡିୟମର ଦର୍ଶକଙ୍କ କ୍ଷମତା ହେଉଛି 70 ହଜାର ।

ଫାଇଲ ଫଟୋ

ହୋଷ୍ଟନ: ଆମେରିକାର ହୋଷ୍ଟନ ସହରସ୍ଥିତ ଏନରାଜି ଷ୍ଟାଡିୟମରେ ସେପ୍ଟମ୍ବର 22ରେ ଆୟୋଜିତ ହେବାକୁ ଯାଉଛି ‘ହାୱଡି ମୋଦି’ କାର୍ଯ୍ୟକ୍ରମ । ଯେଉଁଠି ପ୍ରଧାନମନ୍ତ୍ରୀ ମୋଦି ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ । ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟଙ୍କ ଦ୍ବାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ବଡ ।

ଆମେରିକାର ସବୁଠୁ ବଡ ଫୁଟବଲ ଷ୍ଟାଡିୟମ ମଧ୍ୟରୁ ଅନ୍ୟତମ ହେଉଛି ଏନରାଜି । ଏହି ଷ୍ଟାଡିୟମର କ୍ଷମତା 70 ହଜାର ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ‘ହାୱଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ 50 ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ଭାରତୀୟ ରେଜିଷ୍ଟ୍ରେସନ କରିସାରିଲେଣି ।

ଆମେରିକୀୟ ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ମୁଖ୍ୟଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ପାଇବେ ଲୋକେ । ଅନ୍ୟପଟେ ଆମେରିକା ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ ହେବ।

ABOUT THE AUTHOR

...view details