ଓଡିଶା

odisha

ETV Bharat / bharat

24 ଘଣ୍ଟାରେ 1229 ମାମଲା, ସରିଛି 5 ଲକ୍ଷରୁ ଅଧିକ ସାମ୍ପଲ ଟେଷ୍ଟ - ସାମ୍ପଲ ଟେଷ୍ଟ

ମାସେ ତଳେ ମାର୍ଚ୍ଚ 23ରେ 14 ହଜାର 915 ଟେଷ୍ଟ ହୋଇଥିଲା । ଆଜି ସୁଦ୍ଧା ନମୁନା ପରୀକ୍ଷା 5 ଲକ୍ଷ ପାର କରିସାରିଲାଣି । ଅଧିକ ପଢନ୍ତୁ...

ଦେଶବ୍ୟାପୀ ଏବେ ସୁଦ୍ଧା 5 ଲକ୍ଷରୁ ଅଧିକ ସାମ୍ପଲ ଟେଷ୍ଟ
ଦେଶବ୍ୟାପୀ ଏବେ ସୁଦ୍ଧା 5 ଲକ୍ଷରୁ ଅଧିକ ସାମ୍ପଲ ଟେଷ୍ଟ

By

Published : Apr 23, 2020, 5:25 PM IST

Updated : Apr 23, 2020, 7:23 PM IST

ନୂଆଦିଲ୍ଲୀ: ଗମ୍ଭୀର ହେଉଛି କୋରୋନା ପରିସ୍ଥିତି । ଦେଶବ୍ୟାପୀ 22 ହଜାର ପାଖାପାଖି ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ 1229ଟି ନୂଆ ମାମଲା ସାମନାକୁ ଆସିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ 1229ଟି ନୂଆ ପଜିଟିଭ ମାମଲା ସହ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 21 ହଜାର 700 ଛୁଇଁଛି । ଏହାସହ 34 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ 686 କୋରୋନାଜନିତ ମୃତ୍ୟୁ ହୋଇଛି । ଏହାସହ 16 ହଜାର 689 ଜଣଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସୁସ୍ଥ ହୋଇ 4325 ଲୋକ ଡିସଚାର୍ଜ ହୋଇଛନ୍ତି । କେବଳ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା 5000 ଉପରେ ରହିଛି ।

ସେହିପରି ଏବେ ସୁଦ୍ଧା ଦେଶରେ 5 ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହୋଇସାରିଛି ବୋଲି କେନ୍ଦ୍ର ସରକାରଙ୍କ ପରିବେଶ ସଚିବ ସିକେ ମିଶ୍ରା କହିଛନ୍ତି । ଆରମ୍ଭରୁ ଯେଉଁ ମାତ୍ରାରେ କୋଭିଡ 19 ଟେଷ୍ଟ ହେଉଥିଲା ଏବେ ସେଥିରେ ପ୍ରବଳ ମାତ୍ରାରେ ବୃଦ୍ଧି ପାଇଛି । ତେବେ ଏହା ଯଥେଷ୍ଟ ନୁହେଁ ଏବଂ ଆଗକୁ ଆହୁରି ଅନେକ ଟେଷ୍ଟ ହେବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ମାସେ ତଳେ ମାର୍ଚ୍ଚ 23ରେ 14 ହଜାର 915 ଟେଷ୍ଟ ହୋଇଥିଲା । ଆଜି ସୁଦ୍ଧା ନମୁନା ପରୀକ୍ଷା 5 ଲକ୍ଷ ପାର କରିସାରିଲାଣି । ଏକ ସାଧାରଣ ହିସାବ ଅନୁସାରେ ମାସେ ଭିତରେ ଏହା 33 ଗୁଣ ବୃଦ୍ଧି ପାଇଛି । ଏଥିରୁ ଅନୁମାନ କରିହେଉଛି ଦେଶରେ କୋରୋନା ସଂକ୍ରମଣ କିପରି ଦ୍ରୁତ ଗତିରେ ବଢିଚାଲିଛି ।

ସୌଜନ୍ୟ@ANI

Last Updated : Apr 23, 2020, 7:23 PM IST

ABOUT THE AUTHOR

...view details