ହାଇଦ୍ରାବାଦ: ତେଲେଙ୍ଗାନାରେ 40 କୁକୁରଙ୍କ ମୃତଦେହ ଉଦ୍ଧାର । ହାଇଦ୍ରାବାଦଠାରୁ 75 କିଲୋମିଟର ଦୂରରେ ଥିବେ ତେଲେଙ୍ଗାନାର ବିକାରବାଦରେରେ ନଗରପାଳିକା ଏଜେନ୍ସି 40 କୁକୁରଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ସେପଟେ ଏହି ଘଟଣାକୁ ନେଇ ସିଦ୍ଧିପେଟ ଜିଲ୍ଲାପାଳ ଭେଙ୍କେଟରାମ ରେଡ୍ଡୀ 4 ଜଣ ନଗରପାଳିକା କର୍ମଚାରୀଙ୍କୁ ନିଲମ୍ବିତ କରିବାର ଆଦେଶ ଦେଇଛନ୍ତି ।
ତେଲେଙ୍ଗାନାରେ 40 କୁକୁରଙ୍କୁ ହତ୍ୟା, 4 ନଗରପାଳିକା କର୍ମଚାରୀ ନିଲମ୍ବିତ - telengana
ତେଲେଙ୍ଗାନାରେ 40 କୁକୁରଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗରେ 4 ଜଣ ନଗରପାଳିକା କର୍ମଚାରୀ ନିଲମ୍ବିତ ।
ଫାଇଲ ଫଟୋ
ସୂଚନା ଅନୁଯାୟୀ, ନଗରପାଳିକା କର୍ମଚାରୀ ଗତ ବୁଧବାର ବିଷଧର ଲାଠିରେ ଏହି କୁକୁରଙ୍କୁ ପିଟି ପିଟି ହତ୍ୟା କରିଥିଲେ । ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ବେ ସେମାନେ ଏଭଳି କରିଥିବା ଅଭିଯୋଗ ହୋଇଛି । ତେବେ ହତ୍ୟା ପରେ ଏହି କୁକୁରଙ୍କ ମୃତଦେହକୁ ନଗର ନିଗମର ଡମ୍ପିଙ୍ଗ ୟାର୍ଡରେ ପୋତା ଯାଇଥିଲା । ଅଭିଯୋଗ ପରେ ମୃତ ଶରୀରକୁ ପଶୁ ଚିକିତ୍ସା ଲାବ୍ରୋଟରୀକୁ ପରୀକ୍ଷା ପାଇଁ ପଠାଯାଇଛି ।
ସ୍ଥାନୀୟ ନିବାସୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ମାମଲା ରୁଜୁ କରିଥିବା ଜଣା ପଡିଛି ।