ନୂଆଦିଲ୍ଲୀ: ଦେଶରେ ଏବେ ଯାଏଁ 4 ଲକ୍ଷରୁ ଉର୍ଦ୍ଧ୍ବ ନମୁନା ପରୀକ୍ଷା ସରିଛି । ଏନେଇ ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ ସୂଚନା ଦେଇଛି । ଉଭୟ ସରକାରୀ ଓ ଘରୋଇ ଲ୍ୟାବରେ ଏହି ସବୁ ନମୁନା ପରୀକ୍ଷା ହୋଇଛି ।
ପରିଷଦ ସୂଚନାନୁସାରେ ଏପର୍ଯ୍ୟନ୍ତ 4 ଲକ୍ଷ 49 ହଜାର 810 ସାମ୍ପଲ ଟେଷ୍ଟ ହୋଇଛି । ଏଥିରୁ 18 ହଜାର 601ଟି ପଜିଟିଭ ଆସିଛି । ସୋମବାର 35 ହଜାର 852ଟି ସାମ୍ପଲ ପରୀକ୍ଷା ହୋଇଥିଲା ।