ନୂଆଦିଲ୍ଲୀ: ମହାମାରୀ ମହାବିପତ୍ତି ସମୟରେ ସଶସ୍ତ୍ର ବାହିନୀର ମେଡିକାଲ ସେବାରୁ ଅବସର ନେଇଥିବା ବ୍ୟକ୍ତିଙ୍କ ସମେତ 38,000 ରୁ ଅଧିକ ଡାକ୍ତର ସ୍ବେଚ୍ଛାକୃତ ଭାବେ ସେବା ପ୍ରାଦନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଶୁକ୍ରବାର ଜଣେ ବରିଷ୍ଠ ଅଧିକାରୀ ଦିନ କହିଛନ୍ତି ଯେ, ମାର୍ଚ୍ଚ 25 ରେ ଅବସରପ୍ରାପ୍ତ ଡାକ୍ତରଙ୍କ ସମେତ ଅନ୍ୟ ଡାକ୍ତରମାନେ ଆଗକୁ ଆସି ମହାମାରୀ ବିରୋଧରେ ଲଢେଇରେ ଯୋଗଦେବାକୁ ସରକାର ନିବେଦନ କରିଥିଲେ।
ଅଧିକାରୀ ଜଣକ ପିଟିଆଇକୁ କହିଛନ୍ତି ଯେ ସରକାର, ଅବସରପ୍ରାପ୍ତ ସଶସ୍ତ୍ର ବାହିନୀ ମେଡିକାଲ ସର୍ଭିସେସ୍, ପବ୍ଲିକ୍ ସେକ୍ଟର କିମ୍ବା ବେସରକାରୀ ଡାକ୍ତରଙ୍କ ସମେତ 38,162 ସ୍ବେଚ୍ଛାସେବୀ ଡାକ୍ତର ସରକାରଙ୍କ ସହ ସାଇନ୍ ଅପ୍ କରିଛନ୍ତି । ଅଧିକାରୀ ଆହୁରି କହିଛନ୍ତି ଯେ ନୀତି ଆୟୋଗ ଏହି ଡାକ୍ତରଙ୍କ ନାମ ଏକ ତାଲିକା ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) କୁ ପଠାଇଛନ୍ତି।