ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ 30 କୋଟି ହିତାଧିକାରୀ ଉପକୃତ - ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା

30 କୋଟିରୁ ଅଧିକ ହିତାଧିକାରୀଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହି ସାହାଯ୍ୟ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ 30 କୋଟି  ହିତାଧିକାରୀ ଉପକୃତ
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ 30 କୋଟି ହିତାଧିକାରୀ ଉପକୃତ

By

Published : Apr 11, 2020, 7:22 PM IST

ନୂଆଦିଲ୍ଲୀ: ପ୍ରତିଶ୍ରୁତି ରଖିଛନ୍ତି ସରକାର । ପୂର୍ବରୁ ଘୋଷଣା ଅନୁସାରେ ହିତାଧିକାରୀଙ୍କୁ ମିଳିଛି ସାହାଯ୍ୟ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏହି ସହାୟତା ଦେଇଛନ୍ତି ସରକାର ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବରୁ ଲକଡାଉନରେ ଚଳିବା ପାଇଁ ସରକାର ଗରିବଙ୍କୁ 1.70 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଦେବାକୁ ଘୋଷଣା କରିଥିଲେ । ଏଥିରେ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ 50 ଲକ୍ଷର ସ୍ବାସ୍ଥ୍ୟ ବୀମା ସହ ଅଟା, ଚାଉଳ, ମନରେଗା ଶ୍ରମିକଙ୍କୁ ଅର୍ଥ ଓ ତିନି ମାସ ପାଇଁ ଅଗ୍ରୀମ ଅର୍ଥ ଦେବାକୁ ଘୋଷଣା କରିଥିଲେ ।

ଏହା ଅନୁସାରେ 30 କୋଟିରୁ ଅଧିକ ହିତାଧିକାରୀଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହି ସାହାଯ୍ୟ ପ୍ରଦାନ କରାଯାଇଛି । ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଅର୍ଥ ପଠାଯାଇଛି । ମୋଟ 28 ହଜାର 256 କୋଟି ଟଙ୍କା 30 କୋଟି ଲୋକଙ୍କ ଆକାଉଣ୍ଟକୁ ପଠାଯାଇଥିବା ଅର୍ଥ ମନ୍ତ୍ରଣାଳୟ କହିଛି ।

ସୌଜନ୍ୟ@ANI

ABOUT THE AUTHOR

...view details