ଓଡିଶା

odisha

ETV Bharat / bharat

ଦେଶରେ 3 ଲକ୍ଷରୁ ଅଧିକ ସାମ୍ପଲ ପରୀକ୍ଷା - କୋଭିଡ 19 ଟେଷ୍ଟ

ଏବେ ଯାଏଁ ମୋଟ 3 ଲକ୍ଷ 2 ହଜାର 956ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ 12 ହଜାରରୁ ଉର୍ଦ୍ଧ୍ବ ରିପୋର୍ଟ ପଜିଟିଭ ଆସିଛି । ଅଧିକ ପଢନ୍ତୁ...

ଦେଶରେ 3 ଲକ୍ଷରୁ ଅଧିକ ସାମ୍ପଲ ପରୀକ୍ଷା
ଦେଶରେ 3 ଲକ୍ଷରୁ ଅଧିକ ସାମ୍ପଲ ପରୀକ୍ଷା

By

Published : Apr 17, 2020, 12:13 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ପରିସ୍ଥିତି ଖରାପ ହେବାରେ ଲାଗିଛି । ଏପର୍ଯ୍ୟନ୍ତ 12 ହଜାରରୁ ଅଧିକ କୋଭିଡ 19 ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ସେହିପରି 400ରୁ ଅଧିକ ଲୋକଙ୍କ ଏଥିରେ ମୃତ୍ୟୁ ହୋଇସାରିଛି ।

ତେବେ ଏବେ ଯାଏଁ ମୋଟ 3 ଲକ୍ଷ 2 ହଜାର 956ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ 12 ହଜାରରୁ ଉର୍ଦ୍ଧ୍ବ ରିପୋର୍ଟ ପଜିଟିଭ ଆସିଛି । 16 ଏପ୍ରିଲ ସୁଦ୍ଧା ମୋଟ 2 ଲକ୍ଷ 86 ହଜାର 714 ଜଣ ଲୋକଙ୍କର ନମୁନା ପରୀକ୍ଷା ହୋଇଥିବା ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ କହିଛି ।

ଭାରତରେ ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଏହି ସମସ୍ତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଥିବାବେଳେ ମହାରାଷ୍ଟ୍ରରେ 3000 ପାର କରିଛି । ସେହିପରି ସାରା ବିଶ୍ବରେ 20 ଲକ୍ଷ ଉପରେ ପହଞ୍ଚିଛି କୋରୋନା ପଜିଟିଭ ସଂଖ୍ୟା ।

ସୌଜନ୍ୟ@ANI

ABOUT THE AUTHOR

...view details