ନୂଆଦିଲ୍ଲୀ: ଦେଶରେ ପ୍ଲାଷ୍ଟକ ଆବର୍ଜନା ସମସ୍ୟା ଉଦ୍ବେଗଜନିତ ସ୍ଥିତିରେ । ମାତ୍ର ଏଥିପ୍ରତି କାହାର ଭ୍ରୁକ୍ଷେପ ନଥିବା ଏହି ଚେତାବନୀରୁ ସ୍ପଷ୍ଟ ହେଉଛି । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ବିଭିନ୍ନ ରାଜ୍ୟସରକାରଙ୍କୁ ପ୍ଲାଷ୍ଟିକ ଆବର୍ଜନା ହଟାଇବା ପାଇଁ କଣ ସବୁ ପଦକ୍ଷେପ ନେଇଛନ୍ତି ସେ ସଂକ୍ରାନ୍ତରେ ଏକ ରିପୋର୍ଟ ମାଗିଥିଲେ । ମାତ୍ର ଏହି ଆଦେଶକୁ ଗୁରୁତ୍ବ ସହ ନେଇ ନାହାଁନ୍ତି 25 ରାଜ୍ୟ । ନିର୍ଦ୍ଦେଶ ପାଳନ ନ କରିବା ଅଭିଯୋଗରେ ଏହି ସବୁ ରାଜ୍ୟକୁ 1କୋଟି ଟଙ୍କା ଜୋରିମାନା ସମେତ ବିଭାଗୀୟ ଅଧିକାରୀଙ୍କୁ ଜେଲଦଣ୍ଡ ହେବା ନେଇ ସମ୍ଭାବନା ରହିଛି ।
25 ରାଜ୍ୟକୁ ଏନଜିଟି ଛାଟ, ଜୋରିମାନା ଗଣିବ ଓଡିଶା !
ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ବିଭିନ୍ନ ରାଜ୍ୟସରକାରଙ୍କୁ ପ୍ଲାଷ୍ଟିକ ଆବର୍ଜନା ହଟାଇବା ପାଇଁ କଣ ସବୁ ପଦକ୍ଷେପ ନେଇଛନ୍ତି ସେ ସଂକ୍ରାନ୍ତରେ ଏକ ରିପୋର୍ଟ ମାଗିଥିଲେ । ମାତ୍ର ଏହି ଆଦେଶକୁ ଗୁରୁତ୍ବ ସହ ନେଇ ନାହାଁନ୍ତି 25 ରାଜ୍ୟ । ନିର୍ଦ୍ଦେଶ ପାଳନ ନ କରିବା ଅଭିଯୋଗରେ ଏହି ସବୁ ରାଜ୍ୟକୁ 1କୋଟି ଜୋରିମାନା ସମେତ ବିଭାଗୀୟ ଅଧିକାରୀଙ୍କୁ ଜେଲ୍ ମଧ୍ୟ ହେବା ନେଇ ସମ୍ଭାବନା ରହିଛି ।
ସୂଚନା ଅନୁସାରେ ଗତ ଏପ୍ରିଲ ୩୦ ତାରିଖ ଶେଷ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଏନଜିଟି ପକ୍ଷରୁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ମାତ୍ର ଆନ୍ଧ୍ରପ୍ରଦେଶ, ପୁଡ଼ୁଚେରୀ, ସିକିମ୍ ଓ ପଶ୍ଚିମବଙ୍ଗକୁ ବାଦ ଦେଲେ ଅନ୍ୟ କୌଣସି ସରକାର ଏହି ବାବାଦରେ ରିପୋର୍ଟ ଦାଖଲ କରି ନାହାଁନ୍ତି । ଫଳରେ ଆଦେଶ ଅବମାନନା ଅଭିଯୋଗରେ ଏନ୍ଜିଟି ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ଏନଜିଟି ଛାଟ ବାଜିଛି ।
ଏଠାରେ ସୂଚନାଯୋଗ୍ୟ ଯେ ଖୋଲାସ୍ଥାନରେ ପ୍ଲାଷ୍ଟିକ୍ ଅଳିଆ ଜଳାଇବା, ନାଳ ଓ ରାସ୍ତାରେ ପ୍ଲାଷ୍ଟିକ ଅଳିଆ ଆବର୍ଜନା ଫିଙ୍ଗିବା ଉପରେ ଲଗାମ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏନଜିଟି । ଜାତୀୟ ପ୍ରଦୂଷଣ ବୋର୍ଡର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଏସ୍କେ ନିଗମ ଆଦେଶ ଅବମାନନା ବିରୋଧରେ ରାଜ୍ୟମାନଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁ ସବୁ ରାଜ୍ୟ ନିୟମ ପାଳନରେ ପଛଘୁଞ୍ଚା ଓ ଅବମାନନା କରୁଛନ୍ତି ସେହି ରାଜ୍ୟକୁ ଜୋରିମାନା ଦେବେ ଓ ଦରକାର ପଡିଲେ ବିଭାଗୀୟ ଅଧିକାରୀଙ୍କୁ ଜେଲ ଦଣ୍ଡ ପାଇଁ ଏନଜିଟିର ଦ୍ବାରସ୍ଥ ହେବେ ।