ଓଡିଶା

odisha

ETV Bharat / bharat

ସ୍ବର୍ଗ ସଦୃଶ୍ୟ ପ୍ରତିତ ହେଉଛି ମାଉଣ୍ଟ ଆବୁ, ଆତ୍ମବିଭୋର ପର୍ଯ୍ୟଟକ - tourists

ବଦଳିଛି ମାଉଣ୍ଟ ଆବୁର ପରିବେଶ । ସବୁଜ ପରିବେଶ, ଝରଣାର କୁଳୁକୁଳୁ ନାଦ ଓ ମେଘାଚ୍ଛନ୍ନ ବାଦଲରେ ସଜେଇ ହୋଇଛି ମିନି କାଶ୍ମୀର । ଅଧିକ ପଢନ୍ତୁ...

ସ୍ବର୍ଗ ସଦୃଶ୍ୟ ପ୍ରତିତ ହେଉଛି ମାଉଣ୍ଟ ଆବୁ, ଆତ୍ମବିଭୋର ପର୍ଯ୍ୟଟକ
ସ୍ବର୍ଗ ସଦୃଶ୍ୟ ପ୍ରତିତ ହେଉଛି ମାଉଣ୍ଟ ଆବୁ, ଆତ୍ମବିଭୋର ପର୍ଯ୍ୟଟକ

By

Published : Aug 19, 2020, 5:58 PM IST

ଜୟପୁର: ରାଜସ୍ଥାନର ଏକମାତ୍ର ହିଲ ଷ୍ଟେସନ ମାଉଣ୍ଟ ଆବୁର ପରିବେଶ ବର୍ତ୍ତମାନ ବେଶ ମନୋରମ ହୋଇଛି । ମଙ୍ଗଳବାର ଏଠାରେ ସର୍ବନିମ୍ନ ତାପମାତ୍ରା 16.6 ଡିଗ୍ରୀ ରେକର୍ଡ କରାଯାଇଛି, ଯାହା ଦେଶର ଅନ୍ୟ ପାହାଡ ଷ୍ଟେସନ ତୁଳନାରେ ବହୁତ କମ ଅଟେ। ମାଉଣ୍ଟ ଆବୁ ପର୍ବତରେ ପାଗ ବଦଳିବା ପରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ପର୍ବତ ଆଡକୁ ମୁହାଁଇଛନ୍ତି। ବର୍ଷା ପରେ ଝରଣାରେ ଅତ୍ୟଧିକ ଜଳ ପ୍ରବାହିତ ହେଉଛି ପର୍ଯ୍ୟଟକମାନେ ସ୍ନାନ କରି ଆନନ୍ଦ ଲାଭ କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା 20 ହଜାର ପର୍ଯ୍ୟଟକ ଭ୍ରମଣ ପାଇଁ ଯାଇଛନ୍ତି ।

ଅନ୍ୟପଟେ କୋରୋନା ସମୟରେ ପହଞ୍ଚୁଥିବା ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ସଜାଗ ରହିବାକୁ ପ୍ରଶାସନ ଆବେଦନ କରୁଛି। ପର୍ଯ୍ୟଟକମାନଙ୍କୁ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟ କରାଯାଇଛି । ଯେଉଁମାନେ ନିୟମର ପାଳନ କରୁନାହାଁନ୍ତି ସେମାନଙ୍କ ବିରୋଧରେ ମଧ୍ୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ପ୍ରବଳ ଜନସମାଗମ ପରେ, ଗୋଟିଏ ପଟେ ବ୍ୟବସାୟ ସମ୍ବନ୍ଧୀୟ ଲାଭ ହେଉଥିବାବେଳେ, ଅନ୍ୟପଟେ କୋରୋନା ବ୍ୟାପିବାର ଆଶଙ୍କା ରହିଛି । ଯାହାକୁ ନେଇ କୋଭିଡ ଗାଇଡ ଲାଇନ ଅନୁସରଣ କରିବାକୁ ଲୋକଙ୍କୁ ନିରନ୍ତର ନିବେଦନ କରୁଛନ୍ତି । ପାଗ ସୁନ୍ଦର ଥିବାରୁ ମାଉଣ୍ଟ ଆବୁ ପର୍ବତ ଏକ ସ୍ୱର୍ଗଠାରୁ କମ ପ୍ରତିତ ହେଉନାହିଁ।

ସ୍ବର୍ଗ ସଦୃଶ୍ୟ ପ୍ରତିତ ହେଉଛି ମାଉଣ୍ଟ ଆବୁ, ଆତ୍ମବିଭୋର ପର୍ଯ୍ୟଟକ

ମାଉଣ୍ଟ ଆବୁ ସୌନ୍ଦର୍ଯ୍ୟ ପାଇଁ ବିଦେଶରେ ବେଶ ଜଣାଯାଏ । ଏହି ପର୍ବତକୁ ମିନି କାଶ୍ମୀର ଭାବରେ ମଧ୍ୟ ଜଣାଯାଏ । କାରଣ ଏହାର ପାଗ କାଶ୍ମୀରଠାରୁ କମ ନୁହେଁ। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ବିଦେଶରୁ ଏହାର ଶୀତଳ ଓ ରୋମାଞ୍ଚକର ପରିବେଶକୁ ଉପଭୋଗ କରିବାକୁ ଆସିଥାନ୍ତି । ଚଳିତବର୍ଷ କୋରୋନା ମହାମାରୀ ପର୍ଯ୍ୟଟନସ୍ଥଳୀ ଉପରେ ମଧ୍ୟ ବହୁତ ପ୍ରଭାବ ପକାଇଛି । ଲୋକମାନେ 3 ମାସ ପର୍ଯ୍ୟନ୍ତ ଘରେ ବନ୍ଦି ଭାବେ ରହିଥିଲେ। ଏପରି ପରିସ୍ଥିତିରେ ଯେତେବେଳେ ଦେଶରେ ଅନଲକ ପ୍ରକ୍ରିୟା ଚାଲିଛି ଲୋକମାନେ ଘରୁ ବାହାରକୁ ବୁଲିବାକୁ ଯାଉଛନ୍ତି ।

ଉପତ୍ୟକାର ରାସ୍ତା ଆରମ୍ଭ ହେବା ମାତ୍ରେ ଘନ କୁହୁଡି ଛାଇ ରହିଛି । ଯାହାକୁ ଦେଖି ପର୍ଯ୍ୟଟକମାନେ ଖୁସି ଅନୁଭବ କରୁଛନ୍ତି । ସମଗ୍ର ପର୍ବତ ସବୁଜ ଭୂମିରେ ଆଚ୍ଛାଦିତ ହୋଇଛି । ପର୍ବତ ଉପରେ ମେଘର ନିରନ୍ତର ଗତିବିଧି ଦେଖାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details