ନୂଆଦିଲ୍ଲୀ: କରତାରପୁର କରିଡର ଦେଇ ପ୍ରତିଦିନ ୫ ହଜାର ଶ୍ରଦ୍ଧାଳୁ କରତାରପୁର ସାହେବ ଗୁରୁଦ୍ବାରକୁ ଯିବା ନେଇ ଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି ହୋଇଛି ସତ । କିନ୍ତୁ ଏଠାକୁ ଯାଉଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ସଂଖ୍ୟା ପ୍ରତିଦିନ 2 ହଜାରର ସଂଖ୍ୟା ମଧ୍ୟ ଛୁଇଁପାରୁନାହିଁ । କରତାରପୁର କରିଡର ଉଦ୍ଘାଟନକୁ ମାସେ ପୁରିବାକୁ ଯାଉଛି । ତେବେ ଗତ 28 ଦିନରେ କେବଳ 14,350 ଭାରତୀୟ ଶ୍ରଦ୍ଧାଳୁ କରତାରପୁର ଯାଇଥିବା ଜଣାପଡିଛି ।
କରତାରପୁର କରିଡର: 28 ଦିନରେ 14ହଜାର ଭାରତୀୟ ଶ୍ରଦ୍ଧାଳୁଙ୍କ ଆଗମନ - ଭାରତୀୟ ଶ୍ରଦ୍ଧାଳୁ
କରତାରପୁର କରିଡର ଉଦ୍ଘାଟନକୁ ମାସେ ପୁରିବାକୁ ଯାଉଛି । ହେଲେ ଗତ 28 ଦିନରେ କେବଳ 14,350 ଭାରତୀୟ ଶ୍ରଦ୍ଧାଳୁ କରତାରପୁର ଯାଇଥିବା ଜଣାପଡିଛି ।
ଫାଇଲ ଫଟୋ
ଗତ ନଭେମ୍ବର 9 ତାରିଖରେ ଭାରତର ପ୍ରଥମ ଶ୍ରଦ୍ଧାଳୁ ଦଳ ପାକିସ୍ତାନ ଯାଇଥିଲେ । ଯେଉଁଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ସାମିଲ ଥିଲେ । ସେହିଦିନ ସର୍ବମୋଟ 562 ତୀର୍ଥ ଯାତ୍ରୀ କରତାରପୁର ଗସ୍ତ କରିଥିଲେ । ଏହାପରେ ନଭେମ୍ବର 12 ଏବଂ 17 ଦୁଇ ଦିନ ହିଁ ଯାତ୍ରା କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା 500 ପାର ହୋଇଥିଲା । ଅଥବା ଏହି ସଂଖ୍ୟା ପ୍ରାୟ 200 ରହିଥାଏ ।